
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ ୨୦୨୧ ଅଗଷ୍ଟ ମାସରେ ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ, ଏହି ପରିପ୍ରେକ୍ଷୀରେ କତୃପକ୍ଷ ଖଲ୍ଲିକୋଟ ମହାବିଦ୍ୟାଳୟ, ପ୍ରତିଷ୍ଠା -୧୮୭୮ ଲେଖାଥିବା ମୁଖ୍ୟ ଫାଟକ ଉପରୁ ନାମ ଫଳକକୁ ଭାଙ୍ଗି ଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ -୨୦୨୧ ଲେଖିଲେ l ଏହାକୁ ବିରୋଧ କରି ଆଇନଜୀବି ତଥା ଶ୍ରମିକ ନେତା ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ମାସରେ ପ୍ରତିବାଦ କରାଯିବା ସହ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ କରାଯାଇଥିଲା କିନ୍ତୁ କତୃପକ୍ଷ ଜାଣିଶୁଣି ସମୟ ଗଡ଼ାଇ ଚାଲିଲେ, ୧୪୪ ବର୍ଷର ଏହି ଐତିହାସିକ କଲେଜର ଇତିହାସକୁ ନଷ୍ଟ କରିବାକୁ କରାଯାଉଥିବା ହୀନ ଚକ୍ରାନ୍ତ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତା ଅଗଷ୍ଟ ୪ ତାରିଖରୁ କଲେଜ ଆଗରେ ସତ୍ୟାଗ୍ରହ କରିବାକୁ ଧମକ ଦିୟାଗଲା, ଫଳରେ କତୃପକ୍ଷ ଆଜି ମୁଖ୍ୟ ଫାଟକର ନାମ ଫଳକକୁ ସଂଶୋଧନ କରିବାକୁ ବାଧ୍ୟହେଲେ l ଏହାକୁ ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଖୁସି ବ୍ୟକ୍ତି କରିବା ସହ ଏହି ଲଢେ଼ଇରେ ସାହାଯ୍ୟ କରିଥିବା ସହଯୋଗୀ, ମିଡ଼ିଆ ବନ୍ଧୁ ଓ ବ୍ରହ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା