ଗୋପାଳପୁର (ସମୃଦ୍ଧ ଓଡିଶା) ୧୯୮୩ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ଖଲ୍ଲିକୋଟ କଲେଜର ସ୍ନାତବ ଶ୍ରେଣୀରେ ଅଧ୍ୟୟନ ରତ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୩୩ ବର୍ଷ ପରେ ବହୁ ପୁରାତନ ଛାତ୍ରଛାତ୍ରୀମାନେ ନିଜ ପରିବାର ବର୍ଗକୁ ସାମିଲ କରି ଏକତ୍ରିତ ହୋଇ ଛାତ୍ର ଜୀବନର ସ୍ମୃତିକୁ ମାନେ ପକାଇ ଭାବର ଆଦାନ ପ୍ରଦାନ କରିବା ସହ ପୁରୁଣା ସ୍ମୃତି ସାଉଁଟିଛନ୍ତି । ଭାରତର ବିଭିନ୍ନ ସ୍ଥାନରୁ ପୁରାତନ ସହପାଠୀମାନେ ଆସି ଯୋଗ ଦେଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ଗତକାଲି ସକାଳ ୧୧ ଟାରୁ ସନ୍ଧ୍ୟା ୬ ଘଣ୍ଟା ଦୀର୍ଘ ସମୟ ଧରି ପୁରାତନ ବନ୍ଧୁମାନେ କବିତା ପାଠ, ଆଧ୍ୟାତ୍ମିକ ସଙ୍ଗୀତ, ଅନ୍ତାକ୍ଷରୀ, ସହିତ ପୁରୁଣା ସହପାଠୀ ମାନଙ୍କର ବିୟୋଗରେ ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ହୋଇଥିଲା । ପୁରୁଣା ଛାତ୍ରଛାତ୍ରୀମାନଙ୍କର ଏକ ୱାଟସ ଅପ ଗ୍ରୁପ ଗଠନ କରିଥିବାରୁ ସନ୍ତୋଷ କୁମାର ମିଶ୍ରଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଡ଼ଃ. ଶଙ୍କର ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାଜେନ୍ଦ୍ର ଜେନା, ସନ୍ତୋଷ ମିଶ୍ର, ଡ଼ଃ. ପୁରୁଷୋତ୍ତମ ସାହୁ, ନରେନ୍ଦ୍ର ସାହୁ, ସୁବ୍ରତ ଖାଡ଼ଙ୍ଗା, ସୁକାନ୍ତ ପ୍ରଧାନ, ଅଭୟ, ପରିଚ୍ଛା ପଟ୍ଟନାୟକ, ସୁରେଶ ପଟ୍ଟନାୟକ, ସୁକାନ୍ତ ପାଣିଗ୍ରାହୀ ଓ ଡ଼ଃ. ସୂର୍ଯ୍ୟନାରାୟଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଦୀପ କୁମାର ପାଢ଼ୀ, କୃଷ୍ଣ ଚନ୍ଦ୍ର ସାହୁ, ସଂଯୁକ୍ତା ଦେବୀ, ଡ଼ଃ. ଅନନ୍ତରାମ କର, ଉଷାକାନ୍ତ ସାବତ, ସ୍ୱର୍ଣ୍ଣଲତା ପାଢ଼ୀ, ନଳିନୀ ପଟ୍ଟନାୟକ, ସନ୍ତୋଷିନୀ କୁମାରୀ ନନ୍ଦ, ସାଧନା ରଥ, ସୁଧୀର କୁମାର ପଣ୍ଡା, ଅଜିତ କୁମାର ମହାପାତ୍ର, ରାମ ପ୍ରସାଦ ଦାସ, ଦେବାଂଶୁ ଶତପଥୀ, ବ୍ରଜେନ୍ଦ୍ର ପାଣିଗ୍ରାହୀ, ଦେବାଶିଷ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଦାସ, ନଳୀନିକାନ୍ତ ପାଢ଼ୀ, ଡ଼ଃ. ଚିତ୍ତରଞ୍ଜନ ଦାସ, କିଶୋର ଚନ୍ଦ୍ର ସାହୁ, ବାଳକୃଷ୍ଣ ପାଢ଼ୀ, ଗୌରୀ ଶଙ୍କର ରାଉଳ, ବିଜୟ କୁମାର ମହାପାତ୍ର, ଶୈନାଲ କୁମାର ଘୋଷ, ଭିକାରୀ ଗୌଡ଼, ଜି. ଆପ୍ପା ରାଓ ଓ ପ୍ରଫୁଲ ପାଣିଗ୍ରାହୀ ଅଂଶ ଗ୍ରହଣ କରି ପାଠ ପଢ଼ା ବେଳର ସ୍ମୃତି ଏବଂ ବର୍ତ୍ତମାନ କେଉଁ ଛାତ୍ର କେଉଁ ସ୍ଥିତିରେ ରହିଛନ୍ତି ସେ ସମ୍ପର୍କରେ ପରସ୍ପର ଆଲୋଚନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା