ଖଲ୍ଲିକୋଟ ତାଲୁକା ବିଶ୍ଵକର୍ମା ସମାଜର ଜରୁରୀ ବୈଠକ ଅନୁଷ୍ଠିତ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗତକାଲି ଖଲିକୋଟ ତାଲୁକା ବିଶ୍ଵକର୍ମା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଝଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ତାଲୁକା ସଭାପତି ରଘୁନାଥ ମହାରଣାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ରାଜ୍ୟ ଉପସଭାପତି ଦୟାନିଧି ମହାରଣା ମୁଖ୍ୟ ଅତିଥି ଭାବେ, ଛତ୍ରପୁର ଆଞ୍ଚଳିକ ବିଶ୍ୱକର୍ମା କାରିଗର ସଂଘର ସଭାପତି ତଥା ତେରସ୍ଥାନ ତାଲୁକାର କାର୍ଯ୍ୟକାରୀ ସଭାପତି ଭାସ୍କର ମହାରଣା ଜାତିର ଉନ୍ନତି ସହ ଏବଂ ସରକାରଙ୍କ ନିକଟରେ ନ୍ୟାୟ ଦାବି ଜଣାଇବା ସହ ଏହି ତାଲୁକାର ସାମୁହିକ ବିକାଶ ପାଇଁ ଆଲୋକପାତ କରାଯାଇଥିଲା । ବିଶ୍ଵକର୍ମା ସମାଜର ମୌଳିକ ନୀତି ଉପରେ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା । ଖଲ୍ଲିକୋଟ ତାଲୁକାରେ ପୂର୍ବ ପ୍ରଚଳିତ ହେଉଥିବା ଅନୁବନ୍ଧିତ ପଞ୍ଜିକୃତ ରସିଦ ନଂ ୨୨୪/୧୯-୧୯୫୮ରେ (ନି.ଭ.ବି.ସ ଓଡିଶା) ପ୍ରକାରେ ପରିଚାଳିତ ହେବା ପାଇଁ ସଭାରେ ପ୍ରକାଶ କରାଯାଇଛି । ଏହି ସଭାରେ ବାର୍ଦ୍ଧକ୍ୟ ଭର୍ତ୍ତା, ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ କରାଇବା, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା, କାରିଗରଙ୍କୁ ସହାୟତା ସହ ଓ.ବି.ସି ତାଲିକା ସଂରକ୍ଷଣ ବୃଦ୍ଧି, ବରିଷ୍ଠ କାରିଗରମାନଙ୍କ ସ୍ୱତନ୍ତ୍ର ଭର୍ତ୍ତା ବୃଦ୍ଧି, ଉଚ୍ଚ ଶିକ୍ଷା ପାଇଁ ମେଧାବି ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ସହାୟତା ଓ ପ୍ରବେଶ ଫିଜ ଛଡା ପାଇଁ ସ୍ଥିର କରାଯାଇଛି । ଖଲ୍ଲିକୋଟ ତାଲୁକା ଅନ୍ତର୍ଗତ ସମସ୍ତ ବିଶ୍ଵକର୍ମା ଭାଇମାନଙ୍କୁ ମିଶାଇ ଦୃଢ ପୂର୍ଣ୍ଣାଙ୍ଗ ସଂଘଠନ ଏବଂ ପରିଚାଳିତ ସଭାରେ ସ.ସମ୍ପତି କ୍ରମେ ନାରା ନାଇକାଣିପଲ୍ଲୀ ଗ୍ରାମର ଆଞ୍ଚଳିକ ସଭ୍ୟ ଭାବେ ଦୀନକୃଷ୍ଣ ମହାରଣାଙ୍କୁ ମନୋନୀତ କରାଯାଇଥିଲା । ସାମାଜିକ ଓ କୌଳିକ ଭଙ୍ଗ କରୁଥିବା ଲୋକଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସ୍ଥିର କରାଯିବା ସହ ଖଲ୍ଲିକୋଟ ତାଲୁକା ବିଶ୍ଵକର୍ମା ସମାଜର ଭାଇମାନଙ୍କୁ ଉପଯୁକ୍ତ ରାସ୍ତା ଅବଲମ୍ବନ କରିବା ପାଇଁ ଆହ୍ୱାନ କରାଯାଇଛି । ଏହି ସଭାରେ ସୁବାଷ ଚନ୍ଦ୍ର ମହାରଣା, ଯାଜ୍ଞସେନା ମହାରଣା, ନୀଳାଞ୍ଚଳ ମହାରଣା, ରଞ୍ଜିତ ମହାରଣା, ରାଧାଶ୍ୟାମ ମହାରଣା, ଗଣେଶ ମହାରଣା, ଧ୍ରୁବ ଚରଣ ମହାରଣାଙ୍କ ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ । ଶେଷରେ ନିଲୁ ମହାରଣା, ସଭାପତି ଓ ମୁଖ୍ୟ ଅତିଥି ବୃନ୍ଦ ଓ ଉପସ୍ଥିତ ଜାତି ଭାଇମାନଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା