

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ ବିଜୟୀ ହୋଇଛନ୍ତି । ଏହି ଆସନରେ ୬ ଜଣ ପ୍ରାର୍ଥୀ ମଇଦାନରେ ରହିଥିଲେ । ସୂର୍ଯ୍ୟମଣି ବୈଦ୍ୟ ତାଙ୍କ ନିକତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଭାରତୀ ବେହେରାଙ୍କୁ ୪୦୮୪୦ ଭୋଟରେ ପରାସ୍ତ କରିଛନ୍ତି । ସୂର୍ଯ୍ୟମଣି ମୋଟ ୮୪୦୬୪ ଭୋଟ ପାଇଥିବା ବେଳେ ଭାରତୀ ୪୩୨୨୪ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଭୋକିଲ ସେଠି ୬୧୮୯, ସମାରକାନ୍ତି ଦଳ ପ୍ରାର୍ଥୀ ସୁଦର୍ଶନ ଜାଲି ୧୩୭୧, ହିନ୍ଦୁସ୍ତାନ ନିର୍ମାଣ ଦଳ ପ୍ରାର୍ଥୀ ମିନାକୁମାରୀ ଟହଲ ୧୬୫୩ ଓ ସ୍ୱାଧୀନ ପ୍ରାର୍ଥୀ ମଙ୍ଗରାଜ ବେହେରା ୧୨୧୭ ଭୋଟ ପାଇଛନ୍ତି । ସୂର୍ଯ୍ୟମଣି ବୈଦ୍ୟ ବିଜୟକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଖୁସୀର ଲହରୀ ଖେଳି ଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
