ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଖେମୁଣ୍ଡି ଓକିଲ ସଂଘର ଏକ ବୈଠକ ସଭାପତି ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସମ୍ପାଦକ ହରପ୍ରସାଦ ରଥଙ୍କ ଦ୍ଵାରା ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ପ୍ରେରିତ ନିର୍ବାଚନୀ ନିର୍ଦ୍ଦେଶାବଳୀ ମଧ୍ୟ ଉପସ୍ଥାପନ କରାଯାଇଥିଲା । ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଓକିଲ ସଂଘର ନିର୍ବାଚନ ହେବାକୁ ଯାଉଥିବା ବେଳେ ବାର୍ କାଉନସିଲ ନିର୍ଦ୍ଦେଶ ପ୍ରକାରେ ଆଜିର ବୈଠକରେ ବରିଷ୍ଠ ଆଇନଜୀବୀ ପ୍ରଭାକର ରାଉତଙ୍କୁ ସର୍ବସମ୍ମତ କ୍ରମେ ନିର୍ବାଚନ ଅଧିକାରୀ ଭାବେ ଚୟନ କରାଯାଇଥିଲା । ଶନିବାର ନିର୍ବାଚନ ପାଇଁ ବୈଧ ଭୋଟର ତାଲିକା ପ୍ରକାଶିତ ହୋଇଥିବା ବେଳେ ସୋମବାର ଦିନ ନିର୍ବାଚନ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ରାଉତ ଜଣାଇଛନ୍ତି । ଆଜିର ବୈଠକରେ ଏ.ସୋମେଶ୍ଵର ରାଓ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରତ୍ନାକର ମେକାପ, ନୀଳମାଧଵ ରଥ,ପରେଶ ଚନ୍ଦ୍ର ରଥ, ରଞ୍ଜନ କୁମାର ବେହେରା, ହେମନ୍ତ କୁମାର ପାଣିଗ୍ରାହୀ, ମନୋଜ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ତ୍ରିପାଠୀ, ପ୍ରମୋଦ କୁମାର ପାଣିଗ୍ରାହୀ, ପ୍ରହଲ୍ଲାଦ ପ୍ରଧାନ, ମନୋରଞ୍ଜନ ପଣ୍ଡା, ସୀମାଞ୍ଚଳ ପ୍ରଧାନ, ପ୍ରିୟ ରଞ୍ଜନ ପଟ୍ଟନାୟକ, ନକୁଳ ପ୍ରଧାନ, ସୁକାନ୍ତ ପ୍ରଧାନ, ସନ୍ତୋଷ କୁମାର ସାହୁ, ସତ୍ୟ ନାରାୟଣ ରଥ, ସଞ୍ଜୟ କୁମାର ପଣ୍ଡା, ଗିରିଜା ନନ୍ଦନ ମେକାପ, ଟୁକୁନା ପ୍ରଧାନ, କୁରେଶୁ ପଣ୍ଡା, କିଶୋର ଗୌଡ, ଜୟକୃଷ୍ଣ ମହାପାତ୍ର ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିବା ବେଳେ ଶେଷରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ଵଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା