ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖା ପକ୍ଷରୁ ଖ୍ରୀଷ୍ଟିୟାନ୍ ଦଳିତ ବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦେବା ଦାବୀ ନେଇ ଜାତୀୟ କଳା ଦିବସ ପାଳିତ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ସମ୍ୱିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ ୩କୁ ଉଚ୍ଛେଦ କରି ମିଶ୍ର କମିଶନଙ୍କ ରିପୋର୍ଟକୁ ଗ୍ରହଣ କରିବା ସହ ଅନୁସୂଚିତ ହିନ୍ଦୁ ଧର୍ମାଲମ୍ୱିଙ୍କ ଭଳି ସାରା ଖ୍ରୀଷ୍ଟିୟାନ୍ ଦଳିତ ବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯିବାକୁ ଦାବୀ କରି ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖା ପକ୍ଷରୁ ବ୍ରହ୍ମପୁର ଠାରେ ଜାତୀୟ କଳାଦିବସ(ଆର୍ତ୍ତନାଦ ଦିବସ) ପାଳନ କରାଯାଇଛି । ଏହି ଅବସରରେ ଏକ ପଦଯାତ୍ରା ବିଜିପୁର ସ୍ଥିତ ଚର୍ଚ୍ଚ ସମ୍ମୁଖରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା କଳାହାଣ୍ଡି  ଜିଲ୍ଲାର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯୋଗଦେଇ ଏଇ ଶାନ୍ତି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖାର ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ, ସଭାପତି ପ୍ରଫୁଲ୍ଲ ଲିମା, ସହସମ୍ପାଦକ ସାଗର ବଳିୟାରସିଂ, ଜାତୀୟ ସହସମ୍ପ।ଦକ ଶାନ୍ତନା ଡରାଇ, ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ ଓ ଦକ୍ଷିଣ ଓଡିଶା କଥୋଲିକ ସଙ୍ଗଠନ ବହୁ ଫାଦର ଓ ସିଷ୍ଟର ମାନେ, ସ୍ଥାନୀୟ ପାଳକ ଆଚାର୍ଯ୍ୟ ଅଜୟ ପାତ୍ର, ଫାଦର ଅଜିତ ଲିମା, ଶାମ୍ଶୋନ ଦାସ ରବୀନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଅହିଂଶ। ଆନ୍ଦୋଳନରେ ପ୍ରାୟ ୨୦୦୦ରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଯୋଗଦେଇ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା