


ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଞ୍ଚାଯତର ଲୁଆରା ଗ୍ରାମରେ ଖ୍ରୀଷ୍ଟିଆନ ଆଦିବାସୀ ମାନଙ୍କ ସଭାରେ ଯୋଗ ଦେଲେ ବିଜେଡ଼ି ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ। ରୁପେଶ ହେଉଛନ୍ତି ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ସୁପୁତ୍ର । ଉକ୍ତ ସଭାରେ ଯୋଗ ଦେଇ ଇଂ ରୂପେଶ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କୃଷୀୟ ବଳିଦାନ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଇଂ ରୁପେଶ୍ ପାଣିଗ୍ରାହୀ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାନ କରୁଥିବା କହିଥିଲେ। ଉକ୍ତ ସଭାରେ ଇଂ ରୁପେଶ୍ ପାଣିଗ୍ରାହୀ ଙ୍କ ସହ ଉପ ସଭାପତି ଲକ୍ଷ୍ମୀ ପରିଚ୍ଛା, ଏସ.ଡି.ସି ସଦସ୍ୟ ମସୁଲାନ ରଇତ,, ଗୁମ୍ମା ବ୍ଲକ ଯୁବ ବିଜେଡ଼ି ସଭାପତି ନିରୋଜ କୁମାର ଷଡ଼ଙ୍ଗୀ, ଦିପୁ ପଟ୍ଟନାୟକ, ପ୍ରବୀଣ କୁମାର ଲିମ୍ମା, ବରିଷ୍ଠ ବିଜେଡି ନେତା ଅଜୟ ବଡ଼ନାୟକ, ଜନି ଶବର ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ : କୃଷ୍ଣ କୁମାର ବେହେରା