ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଳାପାଳ ଓ ଜିଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କୁ ବିଦାୟ ସମର୍ଦ୍ଧନା..

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁଧାଦେବ ସିଂ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଚଞ୍ଚଳା ରାଣା,ଦୁଇ ଆଇଏଏସ୍ ଅଧିକାରୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଦୁଇ ଆଇଏଏସ୍ ଅଧିକାରୀ ଗଜପତି ଜିଲ୍ଲାରେ ନିଜ ନିଜ କାର୍ଯ୍ୟକାଳ ମଧ୍ୟରେ ଦକ୍ଷତାର ସହ ଲୋକଙ୍କ ପାଇଁ ବହୁ ଉନ୍ନୟନ ମୂଳକ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଆଜି ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ପୋଲିସ ଅଧିକ୍ଷକ ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗଜପତିରେ କାର୍ଯ୍ୟରତ ଅତିରିତ ଜିଲ୍ଲାପାଳ ସୁଧା ଦେବସିଂଙ୍କୁ ସମ୍ବଲପୁର ଜିଲ୍ଲାର ରାଉଲକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଏବଂ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଥିବା ଚଞ୍ଚଳ ରାଣାଙ୍କ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଆଗାମୀ ଦିନରେ ଏହି ଉଭୟ ପ୍ରଶାସକ ଗଜପତି ଜିଲ୍ଲାରେ ଯେପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରସଂଶାର ପାତ୍ର ହୋଇପାରିଛନ୍ତି , ଯେଉଁ ସ୍ଥାନକୁ ଏମାନେ ବଦଳି ହେଲେ ବି ଠିକ୍ ସେପରି ଭାବେ ଲୋକଙ୍କ ସେବା କରି ପ୍ରସଂଶାର ପାତ୍ର ହୋଇପାରିବେ ବୋଲି ଆଜି ବିଦାୟକାଳୀନ ସମ୍ବର୍ଦ୍ଧନାରେ ଜିଲ୍ଲାର ସମସ୍ତ ପଦାଧିକାରୀ ମତବ୍ୟକ୍ତ କରିଛନ୍ତି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଜୁବୁଲି ବେହେରାଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ ବ୍ଲକ୍‌ର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା