ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଳାଦିବସ ପାଳନ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି କଳାଦିବସ ପାଳନ କରାଯାଇଛି । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ଲୋକଙ୍କୁ ଭୁଆଁ ବୁଲାଇ ମିଛ କଥା କହି ଲୋକଙ୍କୁ ଠକି ଚାଲିଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗତ ବର୍ଷ ବିମୁଦ୍ରାକରଣ କରିବା ଦ୍ଵାରା ବହୁ ଗରିବ ଲୋକ ହଇରାଣ ହରକତ ହେଲେ ସେସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ବସନ୍ତ ପଣ୍ଡା, କାର୍ଯ୍ୟକାରୀ ଉପସଭାପତି ଗୋବରା ତିରୁପତି ରାଓ, ଯୁବନେତା କୃଷ୍ଣ କୁମାର ବେହେରା, ସୂର୍ଯ୍ୟନାରାୟଣ ପାତ୍ର, ସନ୍ତୋଷ ପଣ୍ଡା, ସନ୍ତୋଷ ପାତ୍ର, ମୋହନ ମହାଙ୍କୁଡ଼, ପୋଲୁ ପ୍ରଧାନ, ଗୁଞ୍ଜୁ ଗମାଙ୍ଗଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ । ଡ଼ଃ. ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରିକରଣ ଦ୍ଵାରା ବହୁ ଗରିବ ଲୋକ ହନ୍ତସନ୍ତ ହୋଇଛନ୍ତି । ମୋଦି ମିଥ୍ୟା ପ୍ରତିସୃତି ଦେଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ସେ କହିଥିଲେ ଆଚ୍ଛା ଦିନ ଆଏଗା, ମୁଁ ଜଣେ ଗରିବ ଲୋକ ଥିବାରୁ ଗରିବଙ୍କ ସମସ୍ୟା ଜାଣି ପରେ । ତେଣୁ ପ୍ରତେକ ଗରିବଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା ଦିଆଯିବ । ଏହି ଟଙ୍କା ବିମୁଦ୍ରୀକରଣରୁ ମିଳିବାକୁ ଥିବା କଳାଧନରୁ ଭରଣ କରାଯିବ । କିନ୍ତୁ ତାହା ହେଲା ନାହିଁ । ଗରୀବଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା . ସୁତରାଂ ଆଗାମୀ ନିର୍ବାଚନରେ ସେହି ଗରିବମାନେ ମିଳିତ ହୋଇ ଉଚିତ ଜବାବ ଦେବାକୁ ଡ଼ଃ. ପାଣିଗ୍ରାହୀ ଆହ୍ଵାନ ଦେଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା