

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପରିସରରେ ଗତକାଲି ଭତ୍ତା ଓ ଘର କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ୨୦ ପଞ୍ଚାୟତର ୮୫୪ଜଣ ହିତଧାରୀଙ୍କୁ ବିଭିନ୍ନ ଭର୍ତ୍ତା ଓ ୪୦୦ ହିତଧାରୀଙ୍କୁ ଘର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବିଧାୟ ରାଓ, ପିଡ଼ିଡିଆରଡିଏ ଚଞ୍ଚଲ ରାଣା, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପଧକ୍ଷ ଗୀତଞ୍ଜଳି ଭୁଆଁ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ସଭ୍ୟା ପ୍ରେମିକା ରଇତ, ବିଡ଼ିଓ ନଟବର ଗରଡ଼, ପରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣି ଦେବୀ, ସହକାରୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ଅଧିକାରୀ ଏଲ ସନ୍ତୋଷ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ ଅଧିକାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ସେରଙ୍ଗ, ଗୁମ୍ମା ଓ ଗାଇବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟ ଗୁଡିକ ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଗତକାଲି ଏମପିଙ୍କ ନିର୍ଵାଚନ ପରେ ପ୍ରଥମ ଗୁମ୍ମା ବ୍ଲକ ଗସ୍ତ ଥିବାରୁ ହାଟପଦା ଛକ ନିକଟରେ ବ୍ଲକ ସଭାପତି ଇନାଶ ଗମାଙ୍ଗ ଓ ସଂଖ୍ୟାଲଗୁ ସଂପ୍ରଦାୟର ବ୍ଲକ ସଭାପତି ସୁରେନ୍ଦ୍ର ପାଳ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଏକ ବିରାଟ ପଟୁଆରରେ ଆଦିବାସୀ ନୃତ୍ୟ ପରିବେଷଣ କରି ବ୍ଲକ ପର୍ଯ୍ୟନ୍ତ ନେଇଥିଲେ । ଏଥିରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା


