ଗଜପତି ଜିଲ୍ଲା ଜଙ୍ଗମ କୂଳର ସମ୍ମିଳନୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଶା) ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ସାତମାଇଲ ଛକ ନିକଟରେ ଥିବା ମା ମୁକିଡାମ୍ମା ମନ୍ଦିର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲା ଜଙ୍ଗମ ସମାଜ ପରିବାର ମିଳିତ ଆନୁକୂଲ୍ୟରେ ଏକ ସମ୍ମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଜଙ୍ଗମ କୂଳ ସଭାପତି ଏମ.ବିଜୟ କୁମାର, ଇ.ରାଜେଶ୍ୱର ରାଓ ସମ୍ପାଦକ, ଆର ଗିରି ଶଙ୍କର ଗଣେଶ, ରବି, ପାରଳାଖେମୁଣ୍ଡି ଲେବର ଇନିସ୍ପେକ୍ଟର କେତକ ଡ଼ାକ୍ତରଙ୍କ ସହ ଶତାଧିକ ଜିଲ୍ଲା ଓ ଜିଲ୍ଲା ବାହାର ଜଙ୍ଗମ କୂଳ ଲୋକେ ଉପସ୍ଥିତ ଥିଲେ । ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ଥିଲା ଜଙ୍ଗମ କୂଳର ସଂରକ୍ଷଣ । ଆଜିକୁ ପ୍ରାୟ ୧୦୦ବର୍ଷ ହେଲା ଜଙ୍ଗମ ମାନେ କେଉଁ ଜାତି ତାହାର ପ୍ରମାଣ ନାହିଁ । ପୋଡେଶୀ ଆନ୍ଧ୍ର ପ୍ରଦେଶରେ ବିସିଏରେ ଜାତି ପ୍ରମାଣ ପତ୍ର ପାଇ ଚାକିରି ପାଉଛନ୍ତି କିନ୍ତୁ ଓଡିଶାରେ ଜଙ୍ଗମ ମାନେ ମନ୍ଦିର ପୂଜାକରି ପରିବାର ପୋଷଣ କରୁଛନ୍ତି । ବିଭିନ୍ନ ସୁଭ କାମରେ ଶଙ୍ଖ ଓ ମଲା କାର୍ଯ୍ୟରେ ଘଣ୍ଟ ବଜାଇ କାର୍ଯ୍ୟ ତୁଲାଉଛନ୍ତି । ପିଲାମାନଙ୍କ ଭବିଷ୍ୟତ ବୋଲି କିଛି ନାହିଁ, ଏହି ଜାତିର ଶତକଡା ୯୦ଭାଗ ଲୋକ ଗରିବ ଶ୍ରେଣୀର । ସରକାରଙ୍କୁ ଅନୁରୋଧ କରାଯାଉଛି କି ଆମକୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରନ୍ତୁ । ଆମକୁ ଉଚିତ ନ୍ୟାୟ ନ ଦେଲେ ଆମେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଦୃଡ଼କ୍ତି ପ୍ରକାଶ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା