ଗଜପତି ଜିଲ୍ଲା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ରାଜ୍ୟ ସ୍ତରରେ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି। ସେହିପରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ରେ ଗଜପତି ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଛି। ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସିଧା ପ୍ରସାରଣ ଦ୍ୱାରା ଦଳର ସୁପ୍ରିମୋ ଙ୍କ ଉଦଘାଟନ ଓ ଅଭିଭାଷଣ ପରେ ଦଳର ବରିଷ୍ଠ ନେତା ମାନେ ସଭ୍ୟ ସଂଗ୍ରହ ଅଭିଯାନ ରେ ବିଜୁ ପ୍ରେମୀ କର୍ମୀ ମାନେ ଯୋଗ ଦେଇ ବହୁ ସଂଖ୍ୟାରେ ସଭ୍ୟ ସଂଗ୍ରହ କରିବା ପାଇଁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ତଥା ହାଇଟେକ୍ ଚେୟାରମେନ ଡଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ବସନ୍ତ ଦାସ,ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ, ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜୁ, ବରିଷ୍ଠ ନେତା ରାମଚନ୍ଦ୍ର ରାଓ, ଗଜପତି ରାଓ ଲକ୍ଷ୍ମୀକାନ୍ତ ପରିଛା , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀର ରାଜୁ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ଛାତ୍ର ସଭାପତି ବିଶ୍ୱଜିତ୍ ତ୍ରୀପାଠୀ, ଗୁମ୍ମା ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ସରପଞ୍ଚ ସମିତି ସଭ୍ୟ, ୱାର୍ଡ ସଭ୍ୟ, ତଥା ବିଜୁ ପ୍ରେମୀ କର୍ମୀ ମାନେ ଯୋଗ ଦେଇଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା 

Leave a Reply

Your email address will not be published. Required fields are marked *