

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମାରେ ଖ୍ରୀଷ୍ଟମାସ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଆଶାୟି କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ହାଇଟେକ୍ ମୂଖ୍ୟ ଡ଼. ତିରୁପତି ପାଣିଗ୍ରାହି ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆହୁରି ଉତ୍ସବ ମୁଖର କରିଥିଲେ । ତାଙ୍କ ସହ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦାସରଥି ଗମାଙ୍ଗ ଓ ଯାକୁବ ମାଝୀଙ୍କ ଭଳି ଅନେକ କଂଗ୍ରେସ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ନାଚଗୀତ ଓ ଅଭିନୟର ଆୟୋଜନ କରାଯାଇଥିଲ । ଅଞ୍ଚଳର ପ୍ରାୟ ୨୦୦୦ ଲୋକ ଏହି କାର୍ଯ୍ୟକ୍ରମର ଉପଭୋଗ କରିଥିଲେ । ତୋ ଅଗଣାର ତୁଳସୀରେ ଅଭିନୟ କରୁଥିବା ଅଭିନେତ୍ରୀ ଲିସା, ଏଥିରେ ଅଭିନୟ କରି ଲୋକଙ୍କ ମନ କିଣିଥିଲେ । ଏଥିସହ ପାରଳାଖେମୁଣ୍ଡି ମିରାକଲ୍ ଡ୍ୟାନ୍ସ ଗୃପ ପରି ଅନେକ ଡ୍ୟାନ୍ସ ଗୃପ ଓ କୁନିକୁନି କଳାକାର ଏଥିରେ ସାମିଲ ହୋଇ ଉପଭୋଗ କରିଥିଲେ । ଗୁମ୍ମା, ସେରଙ୍ଗ, ଗାଇବା ଓ କଳାକୋଟ ପରି ଅନେକ ଗାଁରେ ଏପରି ଆଯୋଜନ କରି ଡ଼. ପାଣିଗ୍ରାହି ଅଞ୍ଚଳବାସୀଙ୍କୁ ଉତ୍ସାହିତ କରି ଆସୁଛନ୍ତି ଓ ସାଧାରଣ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି ବୋଲି ଅଞ୍ଚଳବାସୀଙ୍କ ଠାରୁ ଜଣାପଡିଛି ।
ରିପୋର୍ଟ : ଗଜପତିରୁ ମିହିର ପ୍ରସାଦ ମାଳୀ

