ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ପୋଲିସଙ୍କ ପାଇଁ ମଧୁମେହ, ଉଚ୍ଚରକ୍ତ ଚାପ ଓ ଥାଇରଏଡ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ବ୍ୟସ୍ଥାବହୁଳ ଜୀବନ ସହ ଜଡି଼ତଥିବା ଖାଦ୍ୟପେୟ ଅନିୟମିତତା, ଶାରୀରିକ ବ୍ୟାୟାମର ଅଭାବ, ତଥା ନିରନ୍ତର ମାନସିକ ଚାପ ଯୋଗୁଁ ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ଜୀବନ ଶୈଳୀ ଅବ୍ୟବସ୍ଥା ଜନିତ ରୋଗ ବହୁ ମାତ୍ରାରେ ଦେଖା ଦେଇଥାଏ । ଏହିଭଳି କିଛି ସମସ୍ୟା ହେଲା ଡାଏବେଟିସ, ଉଚ୍ଚରକ୍ତ ଚାପ, ଚର୍ବି ପୋଲିସ କର୍ମଚାରୀଙ୍କର ଏହି ସଵୁ ରୋଗ ପ୍ରତି ସଚେତନତା ବୃଦ୍ଧି ସହ ରକ୍ତ ପରୀକ୍ଷଣ କରିବା ପାଇଁ ଗଜପତି ଜିଲ୍ଲା ପୋଲିସ ଦ୍ୱାରା ଏକ ଅଭିନବ ପ୍ରୟାସ କରାଯାଇଛି । ଏଥିପାଇଁ ବ୍ରହ୍ମପୁର ସ୍ଥିତ ଡାଏବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ଅରିଦ୍ଧି ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟା ତଥା ତାଙ୍କ ସହଯୋଗୀ ବୃନ୍ଦ ସମସ୍ତ ସାହାଯ୍ୟ ଯୋଗାଇ ଦେଇଥିଲେ । ଏହି ପ୍ରରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଏସ.ପି.ଶାହା ଶର୍ମାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ଅଫିସରେ ପୋଲିସ କର୍ମଚାରୀଙ୍କ ପାଇଁ ଏକ ସଚେତନ ଶିବିର ଏବଂ ରକ୍ତ ପରୀକ୍ଷଣ ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିକ୍ଷଣୀୟ ଅଧିବେଶନରେ ଡା. ସୁନୀଲ କୁମାର କୋଟା ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଡାଏବେଟିସ, ଉଚ୍ଚରକ୍ତ ଚାପ, ଥାଇରଏଡ ତଥା ଚର୍ବି ସମସ୍ୟା ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଇଥିଲେ । ଏଥିରେ ସବୁ ଉପରୋକ୍ତ ରୋଗର କାରଣ, ଲକ୍ଷଣ, ଜଟିଳତା, ନିବାରଣ, ଚିକିତ୍ସା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଯୁବ ପୋଲିସ କର୍ମଚାରୀ ଏହି ସବୁ ରୋଗ ପାଇଁ କିଭଳି ପ୍ରତିଶୋଧକ ପଦକ୍ଷେପ ନେଇପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହାପରେ ଡାକ୍ତ ଶଙ୍କରା, ରକ୍ତଚାପ, ଥାଇରଏଡ଼, ସ୍ନାୟୁ ପରୀକ୍ଷା ଏବଂ ପରିଶ୍ରା ପରୀକ୍ଷା (ମାଇକରାଳ) କରାଯାଇଥିଲା । ଗଜପତି ଜିଲ୍ଲାର ପ୍ରାୟତଃ ୧୮୦ ଜଣ ଏଥିରେ ଅଂଶ ଗ୍ରହଣ କରି ଲାଭତନ୍ନତି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼. ଏସ.ପି ପ୍ରକଶ ଚନ୍ଦ୍ର ଜେନା, ଆର.ଆଇ. ଡ଼ମ୍ବୁର ଧର ହିନାକା ଆଦି ଉପସ୍ଥିତ ରହିଥିଲେ । ଏଥିରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ଡାଏବେଟିସ, ଉଚ୍ଚ ରକ୍ତଚାପ ତଥା ଥାଇରଏଡ ସମ୍ବର୍ଦ୍ଧିୟ ଶିକ୍ଷଣୀୟ ପତ୍ରିକା ପ୍ରଦାନ କରାଯାଇଥିଲା . ପରିଶେଷରେ ଏସପି ଶାରା ଶର୍ମା, ଡା. ସୁନୀଲ କୋଟାଙ୍କର ଏହି ସେବା ମନବୃତି ଜଡିତ ସାମାଜିକ କାର୍ଯ୍ୟକ୍ରମ ପାଇଁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା