ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ମୋହନାରେ ଏକ ବିଶାଳ ଆଦିବାସୀ ମେଳା ଗତକାଲି ଦେଖିବାକୁ ମିଳିଛି । ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସଭାପତି ଦଣ୍ଡପାଣୀ ରଇତଙ୍କ ନେତୃତ୍ୱରେ ଆଜି ୫ଶହରୁ ଉର୍ଦ୍ଧ ଆଦିବାସୀ ପୁରୁଷ ଓ ମହିଳା ମୋହନା ଷ୍ଟେଟ ବ୍ୟାଙ୍କ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ମୋହନା ମୁଖ୍ୟ ରାସ୍ତା ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ତହସିଲଦାରଙ୍କ ଅଫିସ ଆଗରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଦିବାସୀଙ୍କୁ ୨୦୦୬ ଜଙ୍ଗଲ ଆଇନ ଅନୁଯାୟୀ ଜମି ପ୍ରଦାନ କରିବାରେ ପ୍ରଶାସନ ଅବହେଳା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିଦ୍ଦତିୟ ସରଣାର୍ଥୀଙ୍କ ଜମିର ପୁନଃ ନବିକରଣ ସହ ମେ ୧୮ରେ ୧୨ଟି ମୌଜାର ରାଜସ୍ୱ ଜମିକୁ ତିଦ୍ଦତିୟ ସରଣାର୍ଥୀଙ୍କୁ ଦେବା ପାଇଁ ତହସିଲଦାର ନୋଟିସ ଜାରି କରିଥିଲେ । ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଏହି ଲିଜ୍କୁ ବାତିଲ କରି ଉକ୍ତ ଜମିକୁ ଆଦିବାସୀଙ୍କୁ ପ୍ରଦାନ କରିବାକୁ ଦାବୀ କରି ଆନ୍ଦୋଳନକାରୀ ମାନେ ଏକ ଦାବୀ ପତ୍ର ମୁଖ୍ୟ ସାଶନ ସଚିବଙ୍କ ଉଦ୍ଦେଶ୍ୟରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା