ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଛନ୍ତି । ପ୍ୟାରେଡ଼ରେ ବିଭିନ୍ନ ଅନୁଷ୍ଠାନର ୨୫ଟି ଦଳ ଅଂଶଗ୍ରହଣ କରିଥିବା ବେଳ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତା ବହନ କରିଆସୁଥିବା ୧୦ରୁ ଉର୍ଦ୍ଧ୍ବ ପ୍ରଦର୍ଶନୀ ରଥ ଭ୍ରମଣ କରିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ମନ୍ତ୍ରୀ ପଦ୍ମିନୀ ଦିୟାନ । ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ସମାରୋହରେ ଯୋଗଦେଇ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହି ସମାହାରରେ ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ୟାରେଡ ଅଭିବାଦନ ଗ୍ରହଣ ପରେ ମନ୍ତ୍ରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଗସ୍ତ କରି ପ୍ରସୂତି ବିଭାଗ ବୁଲି ଦେଖିଥିଲେ, ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ, ମହାରାଜା କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରି ଥିଲେ । ସେହିଭଳି ଟିପି ସ୍ପେଶାଲଲିଷ୍ଟ ହସ୍ପିଟାଲରେ ମଧ୍ୟ ପାତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ କରାଯାଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା