ବ୍ରହ୍ମପୁର(ସମୃଦ୍ଧଓଡିଶା) ଗତ ବୁଧବାର ଅପରାହ୍ନରେ ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରା ଯାଇ ଥିଲା। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇ ଥିବା ଚଳିତ ଶିକ୍ଷାବର୍ଷ ର ଜ୍ଞାନ – ବିଜ୍ଞାନ ଓ ସଂସ୍କୃତି ମେଳା ଏବଂ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଥିବା ସମସ୍ତ ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିବା ସହ ସେମାନଙ୍କ ଗୌରବମୟ ଜୀବନ କାମନା କରାଯାଇଥିଲା। ଅନୁଷ୍ଠାନର ବରେଣ୍ୟ ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା। ଅତିଥି ଭାବେ ଶ୍ରୀ ଶରତ ଚନ୍ଦ୍ର ଦାଶ ,(ଅବସର ପ୍ରାପ୍ତ ଦକ୍ଷିଣ ଏସିଆ ସଂଯୁକ୍ତ ରାଷ୍ଟ୍ର ଆଇ.ଏମ. ଓ. ନିର୍ଦ୍ଦେଶକ ), ଶ୍ରୀ ପ୍ରଭାତ କୁମାର ବ୍ରହ୍ମା ( ଅବସର ପ୍ରାପ୍ତ ବାୟୁ ସେନା ଅଧିକାରୀ), ଶ୍ରୀ ତ୍ରିନାଥ ପାଣିଗ୍ରାହୀ (ବିଶିଷ୍ଟ ସାମାଜିକ କର୍ମୀ), ଶ୍ରୀ ହରିହର ପାତ୍ର (ଅବସର ପ୍ରାପ୍ତ ଆର୍ଥିକ ସମୀକ୍ଷକ) ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଭାଗୀ ଶିଶୁ ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। ପରିଚାଳନା ସମିତି ର ସମସ୍ତ ସଦସ୍ୟ ତଥା ଉପ ସଭାପତି ଶ୍ରୀ ତ୍ରିନାଥ ପଣ୍ଡା ,ସମ୍ପାଦକ ଶ୍ରୀ ଗିରିଶ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ସାମନ୍ତରା, ସଦସ୍ୟା ଶ୍ରୀମତୀ ବନିତା ବେହେରା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅତିଥି ପରିଚୟ କରିଥିଲେ। ଆଚାର୍ଯ୍ୟା ମହିୟସୀ ରାଜ ଜ୍ଞାନ ବିଜ୍ଞାନ ମେଳା ର ଏବଂ ଅଚାର୍ଯ୍ୟା ସୈରେନ୍ଦ୍ରି ପଲେଇ କ୍ରୀଡା ପ୍ରତିଯୋଗିତା ର ବିବରଣୀ ପ୍ରଦାନ କରି ଥିଲେ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ରୀଡା ପ୍ରତିଯୋଗିତା ରେ କିଶୋର ବର୍ଗ ର ଭାଇ ରୁଦ୍ର ନାରାୟଣ ଆଚାର୍ଯ୍ୟ ଓ ଭଉଣୀ ତ୍ରିତିସ୍କା ଦାଶ,ବାଲ୍ ବର୍ଗ ର ଭାଇ ରାକେଶ ବେହେରା ଓ ଭଉଣୀ ଆଇସା ବେହେରା ଓ ଶିଶୁ ବର୍ଗର ଭାଇ ସୂର୍ଯ୍ୟ ନାରାୟଣ ବିଶ୍ଵାଳ ଓ ଭଉଣୀ ସୌମ୍ୟସ୍ମିତା ବାରିକ କ୍ରୀଡା – ଚମ୍ପିୟାନ ଭାବେ ସମ୍ବର୍ଦ୍ଧିତ ହୋଇ ଥିଲେ। ଶିଶୁ ମନ୍ଦିର ଗଞ୍ଜାମ ର ସମସ୍ତ ସେବାବ୍ରତୀ ଆତ୍ମୀୟତା ପୂର୍ଣ୍ଣ ସହଯୋଗ କରିଥିଲେ। ବନ୍ଦେ ମାତରଂ ପରେ ଶିଶୁ ମାନଙ୍କ ପ୍ରସ୍ଥାନ କରାଯାଇଥିଲା।