

ଛତ୍ରପୁର (ସମୃଦ୍ଧ ଓଡିଶା)ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଜିଲ୍ଲାର ପୋଲିସ କର୍ମଚାରୀମାନଙ୍କ ପାଇଁ ଛତ୍ରପୁରଠାରେ ଏକ ପୋଲିସ ଅଫିସର୍ସ କ୍ଲବ ଉଦଘାଟିତ ହୋଇଯାଇଛି । ଏହାକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ନବ ନିର୍ମିତ କ୍ଲବ ଗୃହ କୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର, ହେଡକ୍ୱାଟର ଡିଏସପି ଦିଲ୍ଲୀପ ଦାସ , ଡିଆଇବି ଡିଏସପି କେ.ସି. ବେହେରା, ଡିସିପି ସାମୁଲିଶ ପ୍ରଧାନ, ଭଂଜନଗର ଏସଡିପିଓ ଉକ୍ରଳ କେଶରୀ ଦାସ, ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର କୁମାର ଦେହୁରୀ, ଏ.ରାବଣା ରାଓଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା