
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଓ ରମ୍ଭା ଏନଏସିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଶୁକ୍ରୁବାର ୫-ଟି ସଚିବଙ୍କ ସହ ଭିଡିଓ କନଫେରେନ୍ସି ମାଧ୍ୟମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଲୋଚନା କରିଛନ୍ତି । ଗଞ୍ଜାମ ଓ ରମ୍ଭା ଏନଏସି ଅଂଚଳରେ ଜାତୀୟ ସ୍ତରରେ କ୍ରୀଡା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ଖେଳାଳୀ ମାନେ ଅଛନ୍ତି । ଏଠାରେ ଉତ୍ତମ ଖେଳ ପଡିଆର ଅଭାବ ରହିଥିବା ଯୋଗୁଁ ସେମାନଙ୍କ ଭିତରେ ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଛି । ଏଭଳି ଜାତୀୟ ସ୍ତରର ଖେଳାଳୀ ମାନଙ୍କ ପାଇଁ ଗଞ୍ଜାମ ଓ ରମ୍ଭା ଅଂଚଳରେ ଉତ୍ତମ ଖେଳ ପଡିଆର ନିହାତି ଆବଶ୍ୟକ ରହିଛି । ନଚେତ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଧିରେ ଧିରେ ସ୍ଥାଣୁ ପାଲଟିଯିବାର ସମ୍ଭାବନା ରହିଛି । ଜାତୀୟ ସ୍ତରର ଖେଳାଳୀ ମାନଙ୍କ ସହ ଏହି ଅଂଚଳରେ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ପ୍ରତିଭାକୁ ଜିବିତ ରଖିବା ପାଇଁ ଗଞ୍ଜାମ ଓ ରମ୍ଭା ଏନଏସିରେ ଆଧୁନିକ ଧରଣର ଖେଳପଡିଆ ତଥା ଇଣ୍ଡୋର ଷ୍ଟାଡିୟମ ଜରୁରୀ ରହିଛି । ଏଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦୁଇଟି ଏନଏସିରେ ଖେଳାଳିମାନଙ୍କ ସହ ବିଧାୟକ ଶ୍ରୀ ବେହେରା ଆଜି ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ପ୍ରସ୍ତାବ ଆଗତ କରିଛନ୍ତି । ୫-ଟି ସଚିବ ଛତ୍ରପୁର ବିଧାୟକଙ୍କ ସମେତ ଗଞ୍ଜାମ ଓ ରମ୍ଭା ଏନଏସି ଅଂଚଳର କ୍ରୀଡା ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ପୂର୍ବତନ ରମ୍ଭା ଏନଏସି ଅଧ୍ୟକ୍ଷା ସୈାଦାମିନୀ ବିଶ୍ୱାଳ, ସୋନିଆ ଦେବୀ, ପୂର୍ବତନ ସାଂସଦ ପ୍ରତିନିଧୀ ସୁଧୀର ପାଢି, ପୂର୍ବତନ ଗଞ୍ଜାମଏନଏସି ଉପନଗରପାଳ ନୀଳାଞ୍ଚଳ ବାରିକ, ସୂର୍ଯ୍ୟନାରାୟଣ ପାତ୍ର, ରାକେଶ ଦାଶ, ମଦନ ପାଢିଙ୍କ ସମେତ ବହୁ କ୍ରୀଡାବିତ୍ ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।