

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହରରେ ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରି କମ୍ପାନୀରେ ଆଜି ସକାଳେ ଗ୍ୟାସ ଷ୍ଟିମ ବେଲ ପାଇପ୍ ଫାଟି ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନ ଅନୁଯାୟୀ ଆଜି ସକାଳ ସାଢେ ୯ଟା ସମୟରେ ପ୍ଲାଣ୍ଟରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିଲା । ଯାହାରି ଫଳରେ ସେହି ପ୍ଲାଣ୍ଟରେ କାମ କରୁଥିବା ୩ଜଣ ଶ୍ରମିକ ଗ୍ୟାସ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି ଗୁରୁତର ଶ୍ରମିକମାନେ ହେଲେ ବେଣୁ ରେଡି, ଅଭିଷେକ ପାଲ ଏମାନଙ୍କ ସ୍ଥିତି ସୁଧାର ଆସିଥିବା ବେଳେ ଶଙ୍କର ରାଉଳ ସ୍ଥିତି ଗାମ୍ଭୀର୍ଯ୍ୟ ଥିବା କଥା ଜଣାପଡିଛି । ଦୃଘଟଣା ପରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରାଯାଇଛି । ଏହି ଘଟଣା ପରେ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କମ୍ପାନୀର ସମସ୍ତ ଶ୍ରମିକ କମ୍ପାନୀ ସମୁଖରେ ଧାରଣା ଦେବା ସହ କମ୍ପାନୀର ଶ୍ରମିକଙ୍କ ପ୍ରତି ଖାମଖିଆଲ ନିତି ଓ ଅବହେଳା ଯୋଗୁଁ ଶ୍ରମିକମାନେ ବିଭିନ୍ନ ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ସହ ଦୃଘଟଣା ଶିକାର ହେଉଛନ୍ତି । ଯେଉଁ ୟୁନିଟିରେ ଅଭିଜ୍ଞ ଇଞ୍ଜିନିୟର ମାନେ କାମ କରିବା ଯୋଗ୍ୟ ସେହି ସ୍ଥାନରେ ସ୍ୱଳ୍ପ ବେତନରେ ସାଧରଣ ଶ୍ରମିକଙ୍କୁ ନିୟୋଜିତ କରି କମ୍ପାନୀ କାମ ହାସଲ କରୁଛି । ଯାହା ଦ୍ୱାରା ଏଭଳି ମରଣାନ୍ତକ ଦୁର୍ଘଟଣା ଘଟୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡି, ଶ୍ରମିକ ନେତା ବୃନ୍ଦାବନ ପୋଲେଇ, କୌଳାଶ ପୋଲେଇ, ରଞ୍ଜିତ ପ୍ରଧାନ, ସନ୍ତୋଷ ରେଡି, ନୀଳକଣ୍ଠ ଦାସ, ସୁଧିର ପାଢି, ଗୌରି ଶଙ୍କର ବାରିକ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବିଜେପି ନେତା ପ୍ରଶାନ୍ତ କର ପୂର୍ବତନ ଗଞ୍ଜାମ ଏନ୍ଏସି ଉପାଧ୍ୟକ୍ଷ ନୀଳଞ୍ଚଳ ବାରିକ, ଥାନା ଆଇଆଇସି ଦିଲ୍ଲୀପ ସାହୁ, ଏଚ୍ଆର ହେଡ୍ ଗୋପାଳ କୃଷ୍ଣ ଗେନିରିବାଲ, ୟୁନିଟି ହେଡ୍ ସଶଂକ ଶେଖର ପାରିକ ପ୍ରମୁଖ ଉପସ୍ଥିତ ରହି ଦୁର୍ଘଟଣା ଉପରେ ଆଲୋଚନା କରିଥିବା ବେଳେ କୌଣସି ନିଷ୍କର୍ଷକୁ ପହଞ୍ଚିନଥିବା ଜଣାପଡିଛି । ଏହାସହ ଏହି ଘଟଣା ଖବର ପ୍ରଚାର ହେବା ପରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗ୍ରାସୀମ କମ୍ପାନୀ ନିକଟକୁ ପହଞ୍ଚିଥିଲେ । ଘଟଣା ସଂପର୍କରେ ବୁଝିବା ପାଇଁ ଆଲୋଚନା କକ୍ଷକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନ ଛାଡିବା ସହ କମ୍ପାନୀର କିଛି କର୍ମଚାରୀ ଆଉ ସିକ୍ୟୁରିଟି ଗାର୍ଡମାନେ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଯାହା ଫଳରେ ସେମାନେ ବାଧ୍ୟ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଛାଡିବା ପାଇଁ ଏହି ଘଟଣାର ଅଭିଯୋଗ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ସାମ୍ବାଦିକମାନେ ଆଜି କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତ ଘଟଣା ସଂକ୍ରାନ୍ତରେ ସତ୍ୟାସତ କଣ ହୋଇଛି ସାତଦିନ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
