
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଏହି ବର୍ଷ ଗଣେଶ ପୂଜା ହେବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂଜା ଉପରେ ରୋକ୍ ଲଗା ଯାଇଥିବା ଜଣାପଡିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ସେ ଲୋକମାନଙ୍କୁ ଏଥିପାଇଁ ସହଯୋଗ କରିବାକୁ ଏବଂ ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ପଞ୍ଚସୂତ୍ର ନିୟମକୁ ସମସ୍ତ ଦୋକାନୀ କଡ଼ାକଡି ଭାବେ ପାଳନ କରିବାକୁ ଜିଲପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମଣ କିଛି ପରିମାଣରେ କମିଛି । ଏହାସତ୍ତ୍ୱେ ମଧ୍ୟ ଗଣେଶ ପୂଜା ଆୟୋଜନ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ରୋକିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
