

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗତ ୪ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ଗଞ୍ଜେଇ ଓ ମଦ ଜବତ କରାଯାଇଛି । ଏଥିସହ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏ ନେଇ ୧୨ଟି ମାମଲା ରୁଜୁ କରାଯାଇଛି । ଗିରଫ ୫ ଜଣଙ୍କ ଠାରୁ ୩୭ କିଗ୍ରା ଗଞ୍ଜେଇ ସହ ଏକ ସ୍କୁଟି ଜବତ କରାଯାଇଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କ ଠାରୁ ୪୫୦ ଲିଟର ମଦ ଓ ୨୩୦୦ ଲିଟର ପୋଚ ଜବତ କରାଯାଇଛି । ଅବକାରୀ ଉପାଧିକ୍ଷକ ଅଭିରାମ ବେହେରା, ନିରୀକ୍ଷକ, ଗଙ୍ଗାଧର ପାଇକରାୟ, ଉପନିରୀକ୍ଷକ ପାର୍ଥ ରାଉତ, ବଳରାମ ସାହୁ, ଗୀତାଞ୍ଜଳି ସାହୁ, ନବସ୍ମିତା ନାୟକ, ଦୁର୍ଯ୍ୟୋଧନ ଦିଗାଲ ପ୍ରମୁଖ ଚଢ଼ାଉରେ ସାମିଲେ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



