

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବିଜେସ ରାୟଙ୍କ ସମେତ ସମସ୍ତ ଅଫିସର ଓ କର୍ମଚାରୀମାନେ ଅଂଶ ଗ୍ରହଣ କରି ଜାତି, ଧର୍ମ, ଭାଷା ତଥା କ୍ଷେତ୍ର ନିର୍ବିଶେଷରେ ଭାରତର ଜନସାଧାରଣଙ୍କର ସଦଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ଯ୍ୟ କରିବେ ଓ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବେ ବୋଲି ଶପଥ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା