

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଦଳୀୟ ନେତା ଓ କର୍ମୀମାନେ ପଟୁଆରରେ ଯାଇ ଗାନ୍ଧିନଗର ସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମା ଗାନ୍ଧିଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ । ଏହାପରେ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଡ.ତ୍ରିନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଆୟୋଜନ କରାଯାଇ ମହାତ୍ମା ଗାନ୍ଧିଙ୍କ ଦେଶ ପ୍ରତି ଅବଦାନ ଓ ତାଙ୍କର ସତ୍ୟ, ଅହିଂସା ନୀତି ପ୍ରଭୃତି ସ୍ମୃତିଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସମ୍ପାଦକ ଭୋକାଲି ସେଠୀ, ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା, ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୁପା ତ୍ରିପାଠୀ, ସୁଜ୍ଞାନୀ ପଟ୍ଟନାୟକ, ବୃନ୍ଦାବନ ଖଟେଇ, କେ.ରାଜେନ୍ଦ୍ର, ନିରଞ୍ଜନ ପାଣିଗ୍ରାହୀ, ପଦ୍ମ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ନେତା ବୈଠକରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
