ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସ୍ୱର୍ଗତ ଲାଲାକେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ତୃତୀୟ ଶ୍ରଦ୍ଧା ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ସଂଗଠନକ ଦକ୍ଷତା ସହ କଂଗ୍ରେସ ଦଳକୁ ତାଙ୍କରି ଅବଦାନ, ସାଲିସ ବିଭିନ୍ନ ତାଙ୍କରି ଆନ୍ଦୋଳନ ବିଷୟରେ ଆଲୋଚନା କରାଯାଇଥିଲା । ସ୍ୱର୍ଗତ ମହାପାତ୍ର ଜନ ମତ ନିଭିଶେଷରେ ଓଡ଼ିଶାର ଛାତ୍ର ଯୁବ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ଏବଂ ଅସୁବିଧାରେ ପଡୁଥିବା ବ୍ୟକ୍ତିଙ୍କୁ ମୁକ୍ତ ହସ୍ତରେ ସାହାର୍ଯ୍ୟ କରୁଥିଲେ ବୋଲି ଏହି ବୈଠକରେ ବକ୍ତାମାନେ ପ୍ରକାଶ କରିଥିଲେ । ଛାତ୍ର କଂଗ୍ରେସ ସଭାପତି ବିଜୟ ରାଜା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକାଲି ସେଠି, ଭାଲୁ ପାଣିଗ୍ରାହୀ, ଜଗନ୍ନାଥ ପୋଲେଇ, ତତସତ ସୁବୁଦ୍ଧି, ରୁଦ୍ର ପ୍ରସାଦ ଖଟୁଆ, ରାଜୀବ କୁମାର ଖୁଣ୍ଟିଆ, ନାଗେଶ୍ୱର ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ବିଜୟ ରାଜା ପାଣିଗ୍ରାହୀ ଜଣାଇଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା