
ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଶେରଗଡ଼ ଦଲିଲ ଲେଖକ ସଂଘ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଘର ପିତଳ ଛକ ଅନ୍ତର୍ଗତ କରଞ୍ଜେଇ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଘର ସମସ୍ତ ଲେଖକ ଭଉଣୀ ଓ ଭାଇମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ମତାମତ ପ୍ରକାରେ ବିଭିନ୍ନ ଆଲୋଚନା ସହ ନୂତନ ବର୍ଷର ବନ୍ଧୁମିଳନ, ଚାରିଟେବଲ ରେଜିଷ୍ଟ୍ରାର୍ଡ୍ ଟ୍ରଷ୍ଟ ନମ୍ବର 5466/24 ବିଷୟ ସମ୍ବନ୍ଧିୟ ଆଲୋଚନା ହୋଇଥିଲା । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାର ଯେଉଁ ଭଳି ଜାଗା ଉପରେ କିଣାବିକା ଦଲିଲ ପାଇଁ ରୋକ ଲଗାଇଛନ୍ତି ତାହାରି ଉପରେ ସଭାପତି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ଯେ ପାର୍ଟ ପ୍ଲଟ ବିକା ହୋଇ ପାରୁନାହିଁ ଯାହା ଫଳରେ ବହୁ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ରହିଛି, ମେଡ଼ିକାଲ କୁହନ୍ତୁ ଝିଅ ଓ ପୁଅ ପାଠପଢ଼ା ଠାରୁ ବିବାହ କାର୍ଯ୍ୟରେ ବାଧା ସୃଷ୍ଟି ହୋଉଛି । ପାର୍ଟ ପ୍ଲଟ ମାନେ ଲୋକଙ୍କ ୨୦ହାତ ଜାଗା ଅଛି ସେଥି ମଧ୍ୟରୁ ୧୦ହାତ ବିକ୍ରି କରିବେ ,ଯାହାର ଜମି ୨ଭରଣ ଅଛି ସେଥରୁ ସେ ଏକ ଭରଣ ବିକିବ ସେଟା କିନ୍ତୁ ପାର୍ଟ ପ୍ଲଟ ନୁହଁ ରାଜ୍ୟ ସରକାର କି ପ୍ରଶାସନ ବୁଝୁ ନାହାନ୍ତି ଏହା କିଣାବିକା ହେଲେ ବହୁତ ଲୋକେ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କୁ ବିହିତ ଅନୁରୋଧ କରି ଗଣମାଧ୍ୟମ ଆଗରେ କହିଛନ୍ତି । ଉକ୍ତ ବୈଠକରେ ଉପ ସଭାପତି ସମ୍ରାଟ କେଶରୀ ମିଶ୍ର,ସମ୍ପାଦକ କୈଳାଶ ଚନ୍ଦ୍ର ମାଝି,ସହ ସମ୍ପାଦକ ବିଭୂଦତ୍ତ ତ୍ରିପାଠୀ,କୋଷାଧ୍ୟକ୍ଷ ବାଳକୃଷ୍ଣ ପଟ୍ଟନାୟକ ,ସହ କୋଷାଧ୍ୟକ୍ଷ ଲୁନା କୁମାର ମହାରଣା,ଉପଦେଷ୍ଟା ରାମକୃଷ୍ଣ ସାହୁ ପ୍ରମୁକଙ୍କ ସମେତ ବହୁ ଦଲିଲ ଲେଖକ ଯୋଗ ଦେଇଥିଲେ । ରିପୋର୍ଟ:-ରଜତ ପଟ୍ଟନାୟକ