ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ଅଧିବେଶନ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ନବ ନିର୍ବାଚିତ ସାଂସଦ ଓ ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳମନ୍ତ୍ର ୫ଟି ଉପରେ କାର୍ଯ୍ୟକାରୀ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ୫ଥର ନିର୍ବାଚିତ ହୋଇଥିବାରୁ ସେ ଆହୁରି ଲୋକମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ଏହା ସହ ୫ଟି ସୁଚି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଗଞ୍ଜାମ ଜିଲ୍ଲା ହେଉଛି ରାଜ୍ୟର ବଡ ଜିଲ୍ଲା ଏହି ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟକରୀ ଆସୁଛନ୍ତି । ଜିଲ୍ଲାର ବିକାଶ ହୋଇଛି । ଜିଲ୍ଲାର ବିକାଶ ନିମନ୍ତେ ଆସ ଆମେ ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ର ୫ଟି ନିଷ୍ଠାର ସହିତ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ଶପଥ ନେବା । ଏହା ରାଜ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଏନେଇ ଗୃହରେ ଏକ ପ୍ରସ୍ତାବ ଗୃହୀତ ହୋଇ ୫ଟିକୁ କାର୍ଯ୍ୟକାରି କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମସ୍ତେ ସମନ୍ୱୟ ରଖି କାର୍ଯ୍ୟ କରିଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି କହିଥିଲେ । ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ୫ଟି ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଗୃହରେ କହିଥିଲେ । ଡିଆରଡିଏ ଏପିଡ଼ି ରବି ନାରାୟଣ ତ୍ରିପାଠୀ ଗତ ବୈଠକରେ ବିବରଣୀ ପାଠ କରିଥିଲେ । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି.କୃଷ୍ଣ ମୂର୍ତ୍ତି, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପ୍ରବେଶନାରୀ ଆଇଏଏସ ଅଫିସର କିତ୍ରି ଭସନ ଭି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଓ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଅଂଶ ଗ୍ରହଣଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା