![ଗଞ୍ଜାମ ଜିଲ୍ଲା ପୋଲିସ୍ ପକ୍ଷରୁ ଯାଞ୍ଚ ହେଲା ବିଭିନ୍ନ ଥାନା ଅଞ୍ଚଳ : ୪୭ ହଜାର ୮୦୦ ଟଙ୍କା ଜରିମାନା ଆଦାୟ…](https://i0.wp.com/www.samrudhaodisha.com/wp-content/uploads/2021/04/WhatsApp-Image-2021-04-07-at-10.57.56-AM.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2021/04/WhatsApp-Image-2021-04-07-at-10.58.01-AM.jpeg?resize=640%2C480&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସ୍ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ଯାଞ୍ଚ କରାଯାଇ ୪୭ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ନେଇ ୩୨ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ବିନା ମାସ୍କ ଧାରୀ ମାନଙ୍କ ଠାରୁ ୧୫ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନାରେ ୧୫ଟି ଅବକାରୀ ମାମଲା ରୁଜୁ କରାଯାଇ ୩୯୨.୭ ଲିଟର ମଦ ଜବତ କରାଯିବା ସହ ୧୫ ଜଣଙ୍କୁ ଗିରଫ୍ କରାଯାଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।
![](https://i0.wp.com/www.samrudhaodisha.com/wp-content/uploads/2021/04/WhatsApp-Image-2021-04-07-at-10.58.02-AM.jpeg?resize=640%2C480&ssl=1)