ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ବଦଳି ହୋଇଥିବା ଅଧ୍ୟାପିକା/ଅଧ୍ୟାପକ ଶୈକ୍ଷିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ରିଲିଭ ନକରିବାକୁ ଦାବି:କାର୍ଯ୍ୟରେ ବ୍ୟତିକ୍ରମ ହେଲେ ଧାରଣାରେ ବସିବା ସହ ଆନ୍ଦୋଳନକୁ ଓହ୍ଲେଇବା ଧମକ

ବ୍ରହ୍ମପୁର (ସମୃଦ୍ଧ ଓଡିଶା )କନିସି ଶିକ୍ଷାକେନ୍ଦ୍ର ଅନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ପଦବୀ ୨୬ଥିବାବେଳେ ପାଞ୍ଚରୁ କାମ ଅଧ୍ୟାପକ/ଅଧ୍ୟାପିକା ଥିବାସତ୍ତ୍ୱେ ସେଥିମଧ୍ୟରୁ ପୁନଃ ୨ ଜଣକୁ ବଦଳି କରିବା ଦୁର୍ଭାଗ୍ୟ ଜଣକ ବିଷୟ । ପୁଣି ଆଉଜଣେ ନିକଟରେ ଅବସର ନେବେ । ତେବେ ଜଣେ ମାତ୍ର ଅଧ୍ୟାପକଙ୍କୁ ନେଇ ୩୫୦ ବିଦ୍ୟାର୍ଥୀ ଥିବା ଏହି ଅନୁଷ୍ଠାନ ଚାଲିବା କଷ୍ଟ ସାଧ୍ୟ । ତେଣୁ ଦକ୍ଷିଣ ଓଡିଶାର ପୁରାତନ ଉଚ୍ଚଶିକ୍ଷା ଗବେଷଣା ଓ ତାଲିମ କେନ୍ଦ୍ରର ଶୈକ୍ଷିକ ବାତାବରଣକୁ ଦୃଷ୍ଟିରେ ରଖି କାହାରିକୁ ରିଲିଭ ନ କରିବାକୁ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର କୁମାର ସାହୁ, ଉପଦେଷ୍ଠା ଶିବ ପ୍ରସାଦ ମିଶ୍ର ଓ ନିରଞ୍ଜନ ଦାଶ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଦିବାକର ପଟ୍ଟନାୟକଙ୍କୁ ଅନୁରୋଧ କରିବା ସହ ଏହି କାର୍ଯ୍ୟରେ ବ୍ୟତିକ୍ରମ ଘଟିଲେ ଧାରଣାରେ ବସିବା ସହ ଆନ୍ଦୋଳନ କୁ ଓହ୍ଲେଇବୁ କହିଥିବା ସୂଚନା ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା 

One thought on “ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ବଦଳି ହୋଇଥିବା ଅଧ୍ୟାପିକା/ଅଧ୍ୟାପକ ଶୈକ୍ଷିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ରିଲିଭ ନକରିବାକୁ ଦାବି:କାର୍ଯ୍ୟରେ ବ୍ୟତିକ୍ରମ ହେଲେ ଧାରଣାରେ ବସିବା ସହ ଆନ୍ଦୋଳନକୁ ଓହ୍ଲେଇବା ଧମକ

Comments are closed.