ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନସ ଫୋରମର୧୫ ତମ ତ୍ରୟ ବାର୍ଷିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନସ ଫୋରମର୧୫ ତମ ତ୍ରୟ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ହିଲପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ରାସ ବିହାରୀ ଦାସ ଅଧ୍ୟକ୍ଷତା କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଫେସର ଡା. ପ୍ରଫୁଲ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ନେଇଥିଲେ । ଏହି ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭାର ପୂର୍ବତନ ସଚିବ ସତ୍ୟନାରାୟଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବି.ଡି.ଏ. ଅଧ୍ୟକ୍ଷ ସୁବାଷ ମହାରଣା, ବି.ସି.ସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଡିନ ଓ ପ୍ରିନ୍ସପାଲ ଡା.ରାଧାମାଧବ ତ୍ରିପାଠୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଫୋରମର ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଡା.ପି.କେ. ଦାସ, କାର୍ଯ୍ୟକାରୀ ସଭାପତି ଡା. କୃପାସିନ୍ଧୁ ପଣ୍ଡା ଯୋଗଦେଇ ଦେଶର ଉନ୍ନତିରେ ବରିଷ୍ଠ ନାଗରିକମାନଙ୍କର ଭୂମିକା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କ ଅଭିଜ୍ଞତାକୁ ଯଦି ସରକାର ବ୍ୟବହାର କରନ୍ତେ ତେବେ ସମାଜର ବହୁତ ଉନ୍ନତି ସାଧନ ହୋଇପାରନ୍ତା । ବର୍ତ୍ତମାନ ଯୁବ ପିଢ଼ି ନିଜର ପିତାମାତାଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟକୁ ଭୁଲି ଯାଉଥିବାରୁ ପରିଣତ ବୟସରେ ବରିଷ୍ଠ ନାଗରିକମାନେ ଅବହେଳିତ ହୋଇ ରହୁଛନ୍ତି । ସରକାର ବହୁତ ପ୍ରଚେଷ୍ଟା ଜାରି ରଖିଥିଲେ ମଧ୍ୟ ତାର ସୁଫଳ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ତେଣୁ ସଂଗଠନ କିମ୍ବା ଫୋରମ ଯେଉଁ ପଦକ୍ଷେପ ନେଉଅଛି ତାହା ଅତି ପ୍ରଶଂସନୀୟ । ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜନ ଫୋରମର କାର୍ଯ୍ୟକ୍ରମ ଉପରେ ସମସ୍ତ ଅତିଥି ଆଲୋଚନା କରି ଭୁୟସୀ ପ୍ରସଂଶା କରିଥିଲେ । ସାଂସଦ ଓ ବିଧାୟକ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସବୁ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଫୋରମର ସଭାପତି କେତେକ ସମସ୍ୟା ଉପରେ ଆଲୋକପାତ କରାଇଥିଲେ । ସାଧାରଣ ସମ୍ପାଦକ ସିମାଞ୍ଚଳ ପ୍ରସାଦ ବିଷୋୟୀ ତାଙ୍କର ଦୀର୍ଘ ବିବରଣୀ ଉପସ୍ଥାପନା କରି ବିଭିନ୍ନ ସମସ୍ୟା ଓ ଦାବୀ ଉପସ୍ଥାପନା କରିଥିଲେ । ବସ ଷ୍ଟପେଜ ସ୍ଥାନରେ ପରିଶ୍ରାଗାର, ବ୍ରହ୍ମପୁରରୁ ପୁରୀକୁ ସିଧାସଳଖ ସ୍ୱତନ୍ତ୍ର ଟ୍ରେନ, ପେନସନ ବୃଦ୍ଧି, ମେଡିକାଲ କଲେଜରେ ସ୍ୱତନ୍ତ୍ର ୱାର୍ଡ, ଭେଣ୍ଟିଲେଟର ଓ ଆଇ.ସି.ୟୁର ବ୍ୟବସ୍ଥା ଉପରେ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କର କାର୍ଯ୍ୟଶୈଳୀ ଓ ଅବଦାନ ଉପରେ ସେମାନଙ୍କ ଫୋରମ ତରଫରୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକ, ଆଇନଜୀବୀ, କଣ୍ଠଶିଳ୍ପୀ, ସମାଜସେବୀ ସୁଦିପ ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଫୋରମର ୮୦ ବର୍ଷରୁ ଉର୍ଦ୍ଧ୍ଵ ତିନି ଜଣଙ୍କୁ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା କରାଯାଇଛି । ସଭାର ପ୍ରାରମ୍ଭରେ ଅଭିଯୋଗ ପ୍ରକୋଷ୍ଠ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡା.ପ୍ରଫୁଲ ଚନ୍ଦ୍ର ସାହୁ ଗୀତାରେ ଶ୍ରୀକୃଷ୍ଣଙ୍କ ମହତ ବାଣୀ ଉପରେ ଜନସାଧାରଣ ବରିଷ୍ଠ ନାଗରିକମାନେ ଯଦି ମାନି ଚାଲିବେ ତେବେ ସମାଜରେ ବିଶୃଙ୍ଖଳା ଦୂର ହୋଇ ଏକ ସୁସ୍ଥ ଓ ସବଳ ସମାଜ ଗଠନ ହୋଇପାରିବ ବୋଲି ମତ ରଖିଥିଲେ । ଫୋରମର କାର୍ଯ୍ୟକାରୀ ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି । ବିଭିନ୍ନ ବିଷୟ ଉପରେ ଅତିଥିମାନେ ମତପୋଷଣ କରିଥିବା ବେଳେ ମୁଖ୍ୟ ବକ୍ତା ରାଜ୍ୟସଭାର ପୂର୍ବତନ ସଚିବ ସତ୍ୟାନାରୟଣ ସାହୁଙ୍କର ଉଚ୍ଚକୋଟୀର ଯୁକ୍ତି ମୂଳକ ଭାଷଣ ସମସ୍ତଙ୍କୁ ମୁଗ୍ଧ କରିଥିଲା । ବ୍ରହ୍ମପୁର ସାଂସଦ ଓ ବିଧାୟକ ସେମାନଙ୍କ ମତ ଉପସ୍ଥାପନ କରି ବରିଷ୍ଠ ନାଗରିକମାନଙ୍କୁ କିପରି ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ପହଂଚିବ ତାହା ଉପରେ ଗୁରୁତ୍ୱ ଦେବାକୁ ଆଲୋକପାତ କରିଥିଲେ । ବରିଷ୍ଠ ନାଗରିକମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିବେ ବୋଲି ବ୍ରହ୍ମପୁରର ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା ମୃତ ପୋଷଣ କରିଥିଲେ । ବିଭିନ୍ନ ବିଷୟ ଉପରେ ବ୍ଲକ ସ୍ତରରୁ ଆସିଥିବା କର୍ମକର୍ତ୍ତା ଓ ରାଜ୍ୟ ସଂଘର କର୍ମକର୍ତ୍ତାମାନେ ସଭା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହି ବାର୍ଷିକ ସମ୍ମିଳନୀରେ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମ୍ମିଳନୀରେ ପୂର୍ଣ୍ଣଚନ୍ଦ୍ର ମହାରଣା, ଭିଷ୍ମଚାର୍ଯ୍ୟ ଚୌଧୁରୀ, ନରସିଂହ ସାହୁ, ଡି.ଆପା ରାଓ, ରବୀନ୍ଦ୍ର କୁମାର ମହାରଣା, ପ୍ରଶାନ୍ତ କୁମାର ମହାପାତ୍ର, ନରସିଂହ ପାଣିଗ୍ରାହୀ, ଡା.ଚନ୍ଦ୍ରମଣି ସ୍ୱାଇଁ, ନିରଞ୍ଜନ ମହାନ୍ତି, ପ୍ରକାଶଚନ୍ଦ୍ର ପଣ୍ଡା, ଶିଶିର ସାହୁ, ବିନୋଦ ଚନ୍ଦ୍ର ଜେନା, ଶ୍ରୀବତ୍ସ ଦଳାଇ, ବଂଶୀଧର ପାଳ, ଜୟନ୍ତୀଲାଲ ଚୌହାନ, ହନକ କୁମାର ସାହୁ, ଏମ.ଏନ ପରିଚ୍ଛା, ଗୌରୀ ଶଙ୍କର ଦାସ, ରବିନ୍ଦ୍ରନାଥ ପ୍ରଧାନ, ଦେବରାଜ କୋଠିଆ ପ୍ରଭୃତି ସଭ୍ୟ ସମ୍ମିଳନୀରେ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା