ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମର ମାସିକ ବୈଠକ ରାସବିହାରୀ ଦାଶଙ୍କ ସଭାପତିତ୍ୱରେ ଉକ୍ତଳ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ପ୍ରବଚକ ପ୍ରଶାନ୍ତ କୁମାର ରଥ, ମାନସ ଭକ୍ତିରତ୍ନ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସତ ସଂଘର ଆବଶ୍ୟକତା ଉପରେ ପ୍ରବଚନ ରଖିଥିଲେ । ସାଧାରଣ ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ମହାରଣା ଆୟ ବ୍ୟୟ ଉପସ୍ଥାପନା କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଉପଦେଷ୍ଠା ବିଘ୍ନେଶ୍ୱର ପାଢ଼ୀ, ଡା. ଶ୍ରୀବତ୍ସଳ ଦଳେଇ ମଂଚାସୀନ ଥିଲେ । ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ ନାଗରିକ ମାନଙ୍କ ଉଦ୍ଧେଶ୍ୟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ବୟସ୍କ ବ୍ୟକ୍ତି ବସନ୍ତ ଲାଲଙ୍କୁ ଅଙ୍ଗ ବସ୍ତ୍ର ଓ ପୁଷ୍ପ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ନୂତନ ବର୍ଷରେ ବନ୍ଧୁ ମିଳନ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଫୋରମର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ନିମନ୍ତେ ସମୟ ମାଗିବା ପାଇଁ ସ୍ଥିର କରାଗଲା । ଆସନ୍ତା ମଙ୍ଗଳବାର ୨୬/୧୧/୨୦୧୯ ରିଖରେ ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ସ୍ମାରକ ପତ୍ର ରେଳମନ୍ତ୍ରୀ ଡିଆରଏମ. ସାଂସଦ ଓ ବିଧାୟକଙ୍କୁ ଦେବା ପାଇଁ ସ୍ଥିର କରାଯାଇ ସମସ୍ତ ସାମ୍ବାଦିକମାନଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଆସନ୍ତା ଡିସେମ୍ବର ମାସ ୧୮ ତାରିଖରେ ମହାସଂଘର ପାରଣ୍ଡେସନ ଡେରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଫୋରମର କେତେ ଜଣ ପ୍ରତିନିଧି ପାଇଁ ସ୍ଥିର କରାଯାଇ ବିଭିନ୍ନ ବିଷୟରେ ବରିଷ୍ଠ ନାଗରିକ ମାନେ ଆଲୋଚନା କରିଥିଲେ । ଏଥିରେ ଉପସଭାପତିତ୍ତ୍ୱ ପଧନ କାନ୍ତ ପାତ୍ର, ବାସୁଦେବ ଲିମା, ଭିଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରଭାକର ସାହୁ, ପ୍ରକାଶ ଚନ୍ଦ୍ର ପଣ୍ଡା, କାହ୍ନୁଚରଣ ପଣ୍ଡା ସହଯୋଗ କରିଥିଲେ । ନରସିଂହ ସାହୁ, ବିପ୍ର ଚରଣ ପାତ୍ର, ଜୋତିରଞ୍ଜନ ତ୍ରିପାଠୀ, ନିରଞ୍ଜନ ମହାନ୍ତି, ଜୟନ୍ତ ଲାଲ ଚୌହାନ, ହନକ ସାହୁ, ରବୀନ୍ଦ୍ର କୁମାର ମହାରଣା, ପ୍ରଶାନ୍ତ କୁମାର ମହାପାତ୍ର, ତ୍ରିନାଥ ମହାପାତ୍ର, ଡା. ନକୁଳ ସାହୁ, ଡା. ଇନ୍ଦୁ ଭୂଷଣ ପଟ୍ଟନାୟକ, ବିନୋଦ କୁମାର ଜେନା, ଲକ୍ଷ୍ମୀ ଚରଣ ଦାଶ, କପିଳ ମହାନ୍ତି, ରବୀନ୍ଦ୍ର ନାଥ ପ୍ରଧାନ, ରାଜା ରାଓ, ଡା.ଚନ୍ଦ୍ର ମଣି ସ୍ୱାଇଁ, ଆଷାନନ୍ଦ ପାତ୍ର, ସୋମନାଥ ମହାରଣା, ବିଜୟ କୁମାର ପଟ୍ଟନାୟକ, ବି.ବି ବେହେରା, ପି ରାମ ପ୍ରସାଦ, ସନ୍ୟାସୀ ପାଣି, ଏମ. ଶ୍ରୀନିବାସ ରାଓ, ବାସୁ ଦେବା ପଣ୍ଡା, ଡ. ଆପା ରାଓ, ନରସିଂହ ପଟ୍ଟନାୟକ, ରାମହରି ପାଣିଗ୍ରାହୀ, ଶିଶିର କୁମାର ସାହୁ, ଗଣପତି ବେହେରା, ଗୌରୀ ଶଙ୍କର ଦାଶ, ବନମାଳୀ ବିଶ୍ୱାଳ, ଦେବରାଜ କୋଠିଆ, ଜ୍ୟୋସ୍ନା ରାଣୀ ସ୍ୱାଇଁ, ବାସୁଦେବ ମହାରଣାଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା