ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର୍ ସିଟିଜେନ୍ସ୍ ଫୋରମ୍ ତରଫରୁ କେସି ପବ୍ଲିକ ସ୍କୁଲ ସମ୍ମିଳନୀ କକ୍ଷରେ୨୬/୧୧ ମୁମ୍ବାଇ ଆକ୍ରମଣରେ ସହୀଦ ହୋଇଥିବା ଜବାନ ମାନଙ୍କୁ ସଦଗତି କାମନା କରିବା ନିମନ୍ତେ ନିରବ ପ୍ରାର୍ଥନା ସହ ଦ୍ବୀପ ପ୍ରଜ୍ୱଳନ କରାଯାଇଛି । ସେମାନଙ୍କ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ଏଥି ସହିତ ଭାରତୀୟ ସମ୍ବିଧାନ ପ୍ରଣୟନ ଦିବସ ଅବସରରେ ଆମ ଅନୁଷ୍ଠାନ ତରଫରୁ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ କାନ୍ତ ପାତ୍ର ସମ୍ଭିଧାନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଡ଼ଃ ଇନ୍ଦୁ ଭୂଷଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ବିଷୋୟୀ, ଉପଦେଷ୍ଟା ବିଘ୍ନେଶ୍ୱର ପାଢି, ସମ୍ପାଦକ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପୂର୍ଣଚନ୍ଦ୍ର ମହାରଣା, ଦେବରାଜ ଖୁଣ୍ଟିଆ, ରବିନ୍ଦ୍ର ମହାରଣା, ରବିନ୍ଦ୍ର ନାଥ ପ୍ରଧାନ, ଭାସ୍କର ବେହେରା, ଶିଶିର କୁମାର ସାହୁ, ପ୍ରସାନ୍ତ ମହାପାତ୍ର, ଡି ଆପାରାଓ, ସନ୍ତୈସିନି ପଟ୍ଟନାୟକ, ରାଜକିଶୋର ସ୍ବାଇଁ, ନାରାୟଣ କର, ମହମ୍ମଦ ଇସଲାମ, ଶକ୍ତି ମଲ୍ଲିକଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।