ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ନଗର ଛକରେ ଥିବା ଗାନ୍ଧୀ ଜୀ ଓ ସ୍ୱର୍ଗତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଜାତୀୟ ପତାକାକୁ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଉତ୍ତୋଳନ କରିଥିଲେ । ସମ୍ମିଳିତ କାର୍ଯ୍ୟକର୍ତ୍ତାମାନେ ଜାତୀୟ ଗାନ କରିବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ମାନେ ପକାଇଥିଲେ । ଆଜି ପବିତ୍ର ରକ୍ଷା ପୂର୍ଣ୍ଣିମା ହୋଇଥିବାରୁ ଏହାପରେ ପରେ ଶ୍ରୀମତୀ ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ଏସ. ରାଣୀ, ସୁଜାତା ବିଷୋୟୀ, ପ୍ରଜ୍ଞାପରିମିତା ପାଢ଼ୀ, ସୁଶୀଳା ମଲ୍ଲିକ, କୁନି ଦାସ, ସରିତା ପଣ୍ଡା, ଇତିଶ୍ରୀ ପଣ୍ଡାଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତ୍ତାମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭାତ ଷଡ଼ଙ୍ଗୀ, ସୁନୀଲ ସାହୁ, ଶରତ ସାହୁ, ଗୋପୀନାଥ ପଣ୍ଡା, ମଦନ ମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ଡ଼.ଅମୁଲ୍ୟ ଚୋୖଧୁରୀ, ସଞ୍ଜୟ ନାୟକ, ସୁର ପାଢ଼ୀ, ମୁନା ପାଣିଗ୍ରାହୀ, ସୁନୀଲ ପାତ୍ର, ଏସ.ଶ୍ରୀନିବାସ ରାଓ, ମଧୁସୂଦନ ସାହୁ, ସୂର୍ଯ୍ୟ ନାହାକ, ଡି. କରୁଣାକର, ସନ୍ତୋଷ ପାଣିଗ୍ରାହୀ, ସୁମନ ଶତପଥୀ, ବିଜୟ ପଣ୍ଡା, ଭାବଗ୍ରାହୀ ପାଳ, ପ୍ରମୋଦ ମଣ୍ଡଳ, ତୁମ୍ବେଶ୍ୱର ନାୟକ, ଗୌରୀ ମହାନ୍ତି, ଶିବ ନାୟକ, ଡି.ଅନିଲ କୁମାର, କିରଣ ନାୟକ, ଚନ୍ଦନ କୁମାର ଦେଓ ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା