ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତାରଣାରେ ଅତିଷ୍ଠ ଅଙ୍ଗନୱାଡ଼ିଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଉତ୍ତର ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତାରଣାରେ ଅତିଷ୍ଠ ହୋଇ ଶନିବାର ଠାରୁ ଗଞାମ ଜିଲା ଅଙ୍ଗନୱାଡ଼ି କର୍ମୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ବୋଲି ଶେରଗଡ ବ୍ଲକ ତଥା ଗଞ୍ଜାମ ଜିଲ୍ଲା ଅଲ୍ ଓଡିଶା ଅଙ୍ଗନୱାଡ଼ି ଓ ଲେଡିଜ ୱାର୍କସ ଏସୋସିଏସନ ସଭାନେତ୍ରୀ ରଞ୍ଜିତା ରଥ ସୂଚନା ଦେଇଛନ୍ତି । ଗତ ଚାରି ମାସ ହେଲା ଜିଲା ସମାଜ ମଙ୍ଗଳ ଅଧିକାରୀ ଅଙ୍ଗନବାଡି କର୍ମୀଙ୍କ ମିଳିତ ବ୍ୟାଙ୍କ ଏକାଉଣ୍ଟକୁ ଏସଏନପିବିଲ୍ ବାବଦ ଅର୍ଥ ନ ପଠାଇ ମଧ୍ୟ । ତୁଚ୍ଛା ମିଥ୍ୟାରେ ଟଙ୍କା ପଠାଇଥିବା କହି କେତେକ ଗଣମାଧ୍ୟମକୁ ବିବୃତ୍ତି ଦେଇଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଅଣ୍ଡା କମିଶନ କାରବାରକୁ ନେଇ ଆକ୍ରୋଶ ମୂଳକ ମନୋଭାବ ନେଇ ଗତ ଏପ୍ରିଲ ମାସ ଠାରୂ ଜୁଲାଇ ମାସ ଚାରିମାସର ଅତିରିକ୍ତ ପରି ପୂରକ ଖାଦ୍ୟ ତଥା ଏସ୍ ଏନପିବିଲ୍ ଟଙ୍କା ପଠାଇ ନାହାନ୍ତି । ଯାହା ଫଳରେ ଅଙ୍ଗନୱାଡ଼ି କର୍ମୀମାନେ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଅଣ୍ଡା ଓ ଖାଦ୍ୟଦ୍ରବ୍ୟ ଧାର ସୂତ୍ରରେ ଆଣି ଅଙ୍ଗନୱାଡ଼ିର ହିତାଧିକାରୀମାନଙ୍କୁ ବଣ୍ଟନ କରିଛନ୍ତି । ଏହି ଭଳି ପରିସ୍ଥିତିରେ ଅଙ୍ଗନୱାଡ଼ିକର୍ମୀ ମାନେ ପ୍ରାୟ ତିରସି ହଜାରରୁ ଉର୍ଦ୍ଧ ଟଙ୍କା ବ୍ୟବସାୟୀଙ୍କ ନିକଟରେ ଧାରହୋଇ ଯିବା ଫଳରେ ବ୍ୟବସାୟୀମାନେ ଆଉ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଧାର ସୂତ୍ରରେ ଅଣ୍ଡା ଓ ଖାଦ୍ୟଦ୍ରବ୍ୟ ଦେବା ପାଇଁ ସଫା ମନା କରିଦେଇଛନ୍ତି । ଏଣୁ ଅଗଷ୍ଟ ପହିଲାରୁ ଅର୍ଥାତ୍ ଶନିବାର ଠାରୁ ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଅଙ୍ଗନୱାଡ଼ି ସେବା କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏଥିସହ କୋଭିଟ କାର୍ଯ୍ୟରେ ମଧ୍ୟ ବାଧକସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଘଟଣାର ସମାଧାନ କରିବା ସହ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ସଂପୃକ୍ତ ଡିଏସଡବଲ୍ଯୂ ଓ କୁଞ୍ଜିଲାରୁ ବଦଳି କରିବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କତ୍ତୃ ପକ୍ଷଙ୍କୁ ଜଣାଇବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ-ବିପ୍ଳବ ସେଠୀ