

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ଗଞ୍ଜାମଜିଲ୍ଲା ଶାଖା ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସଂଘର ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଅଂଶ ଗ୍ରହଣ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସଂଘ ଜିଲ୍ଲା ସଭାପତି ହିମାଂଶୁ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ସଂଘ ସମ୍ପାଦକ ବିଜୟ କୁମାର ବେହେରାଙ୍କ ସମେତ ବୋହୁ ଶିକ୍ଷକ ନେତା ଅଂଶ ଗ୍ରହଣ କରିଥିଲେ । ଉପସଭାପତି ଡ଼. ବିଜୟ ଚନ୍ଦ୍ର ମହାରଣା ଓ ଆକାଶବାଣୀ କଣ୍ଠଶିଳ୍ପୀ ଶଙ୍କର୍ଷଣ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡ଼. ମହାରଣାଙ୍କ ଶିଶୁ ନାଟକ ପୁସ୍ତକ “ଆମେ ତ ଭାଗ୍ୟବାନ ପିଲାରେ” ଉନ୍ମୋଚିତ କରାଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



