ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳାକୁ ଆଖିଆଗରେ ରଖି ସି.ଆର.ପି.ସିରେ ଦିଆଯାଇଥିବା କ୍ଷମତା ଆଧାରରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାରେ ଧାରା ୧୪୪ (କ) ଜାରି କରିଛନ୍ତି । ଏହି ଆଇନ କ୍ରମେ ସାର୍ବଜନୀନ ସ୍ଥାନରେ କୌଣସି ଶୋଭାଯାତ୍ରା ନିର୍ବାଚନ ପ୍ରଚାର କିମ୍ବା ସାମୁହିକ ଡ୍ରିଲ ସମୟରେ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ବହନ କିମ୍ବା ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ଆଇନ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା