


ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ନିୟୋଜିତ ବ୍ୟାଙ୍କମିତ୍ର ଅବା CSPଙ୍କୁ CSP+ ମାନ୍ୟତା ଦିଆଯିବା, ଅଧିକା ପାରି ଶ୍ରମିକ ଦିଆଯିବା ଆଦି ଦାବୀ ନେଇ ପଞ୍ଜିକୃତ ପ୍ରାୟ ୩୫୦ଜଣ ସିଏସପି ଙ୍କ ମିଳିତ ରାଲି ଶୋଭାଯାତ୍ରା ବାହାରିଥିଲା।ଶନିବାର ଛତ୍ରପୁର ଠାରେ ସିଏସପି ମହାସଙ୍ଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ୧୨ବର୍ଷଧରି ନିୟୋଜିତ ଗଞ୍ଜାମଜିଲ୍ଲାର ବ୍ୟାଙ୍କମିତ୍ରମାନଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ! ନିୟୋଜିତ ବ୍ୟାଙ୍କମିତ୍ରମାନେ କେବଳ କମିଶନ ନେଇ ଗୁଜୁରାଣ ମେଣ୍ଟାଉଛନ୍ତି ! ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଦାବୀ ପୂରଣ ନ ହେଲେ ରାଜଧାନୀରେ ରାଜପଥ ଅବରୋଧ କରି ବିଧାନସଭା ଆଗରେ ବିକ୍ଷୋଭ କରିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା