
ଶେରଗଡ଼ (ସମୃଦ୍ଧ ଓଡିଶା) ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡେପୁଟି ସେକ୍ରେଟାରୀ ପଦ୍ମନାଭ ବେହେରା, ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡ଼ା, ବିଡ଼ିଓ ସୁରଞ୍ଜନ ସାହୁ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁକ ପଦ୍ମପୁର, କୁମାର ପାଣି ଓ କରଡାକଣା କୋଭିଡ୍ କେୟାର ହୋମ୍ ପରିଦର୍ଶନ କରିଛନ୍ତି । ଏହି ସମୟରେ ଶେରଗଡ଼ ଅଂଚଳରେ କରୋନା ପରିସ୍ଥିତି ସଂପର୍କରେ ଜିିଲ୍ଲାପାଳ ଓ ଡେପୁଟି ସେକ୍ରେଟାରୀ ବ୍ଲକର ବିଭିନ୍ନ ଅଧିକାରୀ ସ୍ଥାନୀୟ ଆଶା, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଜନସାଧାରଣଙ୍କ ସହ କରୋନା ଭୁତାଣୁ ସଂକ୍ରମଣର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।
ରିପୋର୍ଟ-ବିପ୍ଳବ ସେଠୀ