ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ସବୁ ପର୍ଯ୍ୟଟନ ସ୍ଥଳର ତଥ୍ୟ ଏକ ବୁକଲେଟରେ ଉପଲବ୍ଧ କରି ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଧେଶ ଦେଇଛନ୍ତି । ଏହାସହ ୬ଟି ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା ୬୩ଟି ବିଭିନ୍ନ ପ୍ରକଳ୍ପର କାମ ଚାଲୁ ରହିଥିବା ବେଳେ ୨୬ ଟି ପ୍ରକଳ୍ପର କାମ ରହିଛି । ବଳକା ପ୍ରକଳ୍ପର କାମ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକମାନେ ଯେପରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଜାଣିପାରିବେ ତାହାକୁ ଦୃଷ୍ଟିରେ ରଖି ଏକ ବୁକଲେଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ପର୍ଯ୍ୟଟକମାନେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ କିପରି ଯାଇପାରିବେ ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଏହି ପ୍ରସ୍ତାବିତ ବୁକଲେଟରେ ଉଲ୍ଲେଖ ରଖାଯିବ । ସେହି ସବୁ ବୁକଲେଟ ପ୍ରତି ବସଷ୍ଟାଣ୍ଡ ରେଳଷ୍ଟେସନ, ବହି ଦୋକାନ, ଭୁବନେଶ୍ୱର ଏୟାରପୋର୍ଟ, ବିଭିନ୍ନ ପନ୍ଥନିବାସରେ ଉପଲବ୍ଧ ରହିବ । ପର୍ଯ୍ୟଟକମାନେ ଯେପରି ଗୁଗୁଲି ମ୍ୟାପରେ ଜିଲ୍ଲାର ଥିବା ସବୁ ପର୍ଯ୍ୟଟନ ବିଷୟରେ ଜାଣି ପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ପ୍ରତି ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳୀର ଏକ ତାଲିକା ପ୍ରସ୍ତୁତ କରାଯିବ । ରମ୍ଭା, ତପ୍ତପାଣି ଓ ଗୋପାଳପୁରରେ ଥିବା ୩ଟି ଓଟିଡିସି ପାନ୍ଥ ନିବାସକୁ ଅଧିକ ଉନ୍ନତ କରିବାକୁ କୁହାଯାଇଛି । ସ୍ୱଦେଶୀ ଯୋଜନାରେ ଉନ୍ନୟନ ନିମନ୍ତେ ଆସିଥିବା ତାମ୍ପରା ପାଇଁ ୩୩ କୋଟି ଓ ଗୋପାଳପୁର ବେଳାଭୂମି ପାଇଁ ୨୩ କୋଟି ଟଙ୍କାର କାର୍ଯ୍ୟ ବିଡିଏ ପକ୍ଷରୁ କରାଯାଉଥିବା ଏହି ବୈଠକରେ ସୂଚନା ଦିଆଯାଇଛି । ବାଘଲଟି ଡ୍ୟାମରେ ବୋଟିଂ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ କରିଛନ୍ତି । ଏହା ଦ୍ୱାରା ପର୍ଯ୍ୟଟନ ସ୍ଥଳକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯାଇ ପାରିବ ଯାହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୈଠକରେ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସନାତନ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା