

ଛତ୍ରପୁର (ସମୃଦ୍ଧ ଓଡିଶା) ଅବକାରୀ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କୋଦଳା ସହରରେ ୬୦୦ ଲିଟର ଚୋରାମଦ ଜବତ କରାଯାଇଛି । ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ପାଟପୁର ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ ସମୟରେ ୯୦ ଲିଟର ଆଇ.ଏସ.ଏଫ.ଏଲ ଜବତ କରାଯିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଛି । ସେହିପରି ରମ୍ଭାରେ ୩୫ ଲିଟର ଚୋରାମଦ ଜବତ କରାଯିବା ସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗୋଳନ୍ଥରା ଅଞ୍ଚଳରେ ଅବକାରୀ ଚଢ଼ାଉ ସମୟରେ ୧୦ ଲିଟର ଆଇ.ଡି. ଲିକର, ୪.୮ ଲିଟର ଓ ଏସ. ଲିକର ଏବଂ ୫.୨ ଲିଟର ବିୟର ଜବତ କରାଯାଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

