

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଠାରୁ ଅର୍ଥାତ ଜୁନ ୧୪ ଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଲକ୍ଡାଉନ୍ କଟକଣା ଆହୁରି କଡ଼ାକଡ଼ି କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଛନ୍ତି । ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଲକଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି । ଲକ୍ଡାଉନ୍ ସମୟରେ ସପ୍ତାହରେ ପାଞ୍ଚ ଦିନ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ କେବଳ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ବସ୍, କାର, ଅଟୋ ଚଳାଚଳ ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଦିନ ୧୨ଟା ପରେ କେହି ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଶନିବାର ଓ ରବିବାର ପୂର୍ବ ଘୋଷଣା ଅନୁସାରେ ସଟ୍ଡାଉନ୍ ଜାରୀ ରହିବ । ଏହାସହ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ଏହାସହ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ଏବଂ ଭୟବିତ ନ ହେବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରଜେସ୍ ରୟ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା