

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାରେ ଟ୍ରେନ୍ ଚଳାଚଳ ରହଣିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମିୟ କୁମାର ସାହୁଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ଯେ କେନ୍ଦ୍ର ସରକାର କୋଭିଡ୍ ପରିଚାଳନା ନିୟମ ପ୍ରକାରେ ସାରା ଦେଶରେ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହା ବ୍ୟତିକ୍ରମ ଘଟିଛି । ସେଥିମଧ୍ୟରୁ କୋଲକତାରୁ ଚେନ୍ନାଇ, ବାଙ୍ଗଲୋର, ହାଇଦ୍ରାବାଦ ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ ସହ ଓ ବ୍ରହ୍ମପୁର, ଛତ୍ରପୁର, ଓ ବାଲୁ ଗାଁ ରେଳ ଷ୍ଟେସନରେ ରହୁଥିବା ଫାଲକନାମା, କୋଣାର୍କ, ଏବଂ ବ୍ରହ୍ମପୁର ଠାରୁ ଭୂବେନଶ୍ବର ଦୌନିକ ସ୍ପେଶାଲ ଟ୍ରେନ୍ ପ୍ରତି ଦିନ ପୁନର୍ବାର ଯାତାୟାତ କରୁଥିବା ଓ ଚଳାଚଳା ଆରମ୍ଭ ହେଉଥିଲା ବେଳେ ଓଡିଶାର ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରେଳବାଇକୁ ପତ୍ର ଲେଖି ଦୀର୍ଘ ଦିନ ହେଲା ବନ୍ଦ କରି ରଖିଛନ୍ତି । ଏହା ଦ୍ବାରା ସାରା ଗଞ୍ଜାମବାସୀ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓ ଏହା ସଂପୂର୍ଣ୍ଣ ଆଇନ ବିରୋଧୀ କୋଭିଡ୍ ନାରେ ସରକାର ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଛନ୍ତି । ଏଣୁ ଜିଲ୍ଲାପାଳ ଯଦି ଆମର ଦାବିକୁ ସ୍ବୀକାର ନକରନ୍ତି ତାହାହେଲେ ଆଗାମୀ ସମୟରେ ଆଇନର ସହାୟତା ନେବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଂଗଠନର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ବକ୍ତବ୍ୟରେ କହିଛନ୍ତି । ଏହି ବିକ୍ଷୋଭରେ ସୁକାନ୍ତ ପଣ୍ଡା, ରାଜେନ୍ଦ୍ର ଦଳ ବେହେରା, ଇଂ ରାଜେନ୍ଦ୍ର ପ୍ରସାଦ, ମନୋଜ ବିଷୋୟୀ, ଅନିଲ ଚୌଧରୀ, ମାନସ ପାତ୍ର, ବିରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଷାଦଗାରା କରି ଦାବୀପତ୍ର ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


