

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ବର୍ଷା ଓ ବାତ୍ୟା ଜନିତ ଜନଜୀବନ ସୁରକ୍ଷା ନିମନ୍ତେ ଅହରହ ପ୍ରଚେଷ୍ଟା ଚାଲିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଯେପରି ଜିରୋ କାଜୁଆଲିଟି ରହିବ ସେଥିନିମନ୍ତେ ସମସ୍ତ ପ୍ରକାର ଵ୍ୟଵସ୍ଥା ମାନ ଗ୍ରହଣ କରାଯାଇଅଛି । ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ୯୪୧ ଗୋଟି ଏବଂ ସହରାଞ୍ଚଳରେ ୩୦ ଗୋଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ କରି ଲୋକଙ୍କୁ ଥଇଥାନ କରାଯାଉଅଛି । ୬୫ ଗ୍ରାମ ପଂଚାୟତର ୧୦୧ ଗୋଟି ଗ୍ରାମର ୫୦୧୮ ଜଣଙ୍କୁ ଏବଂ ସହରାଞ୍ଚଳର ୨୦ ଟି ୱାର୍ଡର ୧୫୦୮ ଜଣଙ୍କୁ ଉକ୍ତ ଆଶ୍ରୟ ସ୍ଥଳ ମାନଙ୍କରେ ଥଇଥାନ କରାଯାଇଅଛି । ସମୁଦାୟ ୩୩୩ ଗର୍ଭବତୀ ମହିଳା ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରୀତ କରାଯାଇ ସେମାନଙ୍କର ଯତ୍ନ ନିଆଯାଉଅଛି । ସମସ୍ତ ଆଶ୍ରୟ ସ୍ଥଳ ଗୁଡିକରେ ଚିକିତ୍ସା ନିମନ୍ତେ ଡାକ୍ତରିଦଳ ଏବଂ ରନ୍ଧା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

