ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମାନ୍ୟବର ରାଜ୍ୟ ମନ୍ତ୍ରୀ ପୂର୍ତ୍ତ, ଅବକାରୀ ବିଭାଗ, ତଥା ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ପ୍ରାରମ୍ଭରେ ପୋଲିସ ପଡିଆ ପାର୍ଶ୍ୱରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପୁଷ୍ପ ମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ମୁଖ୍ୟଅତିଥି ମାନ୍ୟବର ଆଇନ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଦବୋଧନ ଦେଇଥିଲେ ।୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶାର ନିର୍ମାଣ କରିବାକୁ ସଂକଳ୍ପବଦ୍ଧ ହୋଇ ଏକ ଗଠନ ମୂଳକ ପରିକଳ୍ପନା ର ପଦକ୍ଷେପ ନେଇଛୁ ବୋଲି ମାନ୍ୟବର ଆଇନ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି । ଏବେ ଆମ ରାଜ୍ଯ ଓଡ଼ିଶା ପାଇଁ ଶିଳ୍ପ, ବାଣିଜ୍ୟ କର୍ମନିଯୁକ୍ତି, ଯୋଜନାର ଏକ ବିକାଶଶୀଳ ରାଷ୍ଟ୍ର ଗଠନ କରିବା ପାଇଁ ଦୃଢ଼ ସଂକଳ୍ପ ଓ ପ୍ରତିଜ୍ଞାର ସମୟ ଆସିଛି । ଆମର ଲକ୍ଷ୍ୟ ନେଇ ଆମେ ଛିଡା ହୋଇଛୁ । ଶିକ୍ଷାର ଗୁଣାତ୍ମକ ମାନ ବିକାଶ ଦିଗରେ ଆମ ସରକାର ଉଦ୍ୟମ କରିଛନ୍ତି । ସୁଭଦ୍ରା ଯୋଜନା ର ସଫଳ କାର୍ଯ୍ୟକାରୀ କରିବାକୁ ଚଳିତ ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ ହେବାକୁ ଯାଉଛି । ସାମାଜିକ ସୁରକ୍ଷା ଦିଗରେ ସରକାର ବିଭିନ୍ନ ଯୋଜନାମାନ ପରିକଳ୍ପନା କରିଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି । ଜାତୀୟ ପତାକା ଉତ୍ତୋଳନ ବେଳେ ଗଞ୍ଜାମ ଏସ୍ ପି ଜଗମୋହନ ମିନା, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ପ୍ରମୋଦ କୁମାର ପୃଷ୍ଟି, ସୁଧାଂଶୁ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିବା ବେଳେ ପ୍ୟାରେଡ଼ରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଛତ୍ରପୁର ଏସଡ଼ିପିଓ ଗୌର ହରି ସାହୁ, ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାଶ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନଧି ନିମାଇଁ ଚରଣ ପଣ୍ଡା