ଗଞ୍ଜାମ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ରବି ନାରାୟଣ ବେହେରା…

ଛତ୍ରପୁର (ସମୃଦ୍ଧ ଓଡିଶା) ରବି ନାରାୟଣ ବେହେରା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ୧୯୯୬ ମସିହାରେ ଓଡ଼ିଶା ସୂଚନା ସେବାରେ ଯୋଗଦାନ କରି ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟପୁର ଠାରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପରେ କୋରାପୁଟ, ଗଞ୍ଜାମ ଜିଲ୍ଲାରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୁଚାରୁ ରୂପେ ଦାୟିତ୍ଵ ତୁଲାଇଥିଲେ । ଏଥିପୂର୍ବରୁ ଜୟଦେବ ଭବନ ମ୍ୟାନେଜର ଏବଂ ପରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ପ୍ରଦର୍ଶନୀ ସଂଗଠକ ଭାବେ ଦାୟିତ୍ଵ ସମ୍ପାଦନ କରିଥିଲେ । ଏହି ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଲୋକସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ । ଆଜି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସ୍ୱାଗତ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା