ଗଞ୍ଜାମ ଟ୍ରକ ମାଲିକ ସଂଘର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଟ୍ରକ ମାଲିକ ସଂଘର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗତକାଲି ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ରୋଡସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ପୂର୍ବତନ ଅଧ୍ୟକ୍ଷ ସୁବାଷ ମହାରଣା ଏବଂ ବରିଷ୍ଠ ନେତା ତୁମ୍ବନାଥ ପଣ୍ଡା ନୂଆଦିଲ୍ଲୀ ଅଞ୍ଛଳ ଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସଭାପତି କୁଲତରନ ସିଂ ଅଟୱାଲ, ଉପସଭାପତି ରବିନାରାୟଣ ଶତପଥୀ, ଚେୟାରମ୍ୟାନ୍‌ କୋଡିନେସେନ୍‌ କମିଟି ପରମିତ ସିଂ ଗୋଲଡ଼ି ସମ୍ମାନିତ ଅତିଥି ରୁପେ ଯୋଗଦାନ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ଟ୍ରକ ପାର୍କିଂ ନିମନ୍ତେ ରହିଥିବା ଜାଗାକୁ କୌଣସି ସରକାରୀ ସହାୟତା ମିଳିବା ପାଇଁ ଅନୁରୋଧ କରାଯାଇଥିଲା । ଏହାସହ ଶୌଚାଳୟ, ପାନୀୟ ଜଳ, ବିଜୁଳି ଓ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଥିଲା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାୟକ ଓ ସାଂସଦ କହିଛନ୍ତି ଯେ ଆବଶ୍ୟକ ଅନୁସାରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରମୋଦ କୁମାର ଜେନା, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ଉପସଭାପତି କାଳୀଚରଣ ସ୍ୱାଇଁ ଏବଂ ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା, ବଳରାମ ଲେଙ୍କା, ପ୍ରଶାନ୍ତ ମହାରଣା, ମନୋଜ ପାଢ଼ୀ, ସଦାଶିବ ପାଢ଼ୀ, ମଲ୍ଟି ଏକ୍ସଲ ଟ୍ରକ୍ ମାଲିକ ସଂଘ ସମ୍ପାଦକ ବିକ୍ରମ କେଶରୀ ପଟ୍ଟନାୟକ, ସତ୍ୟବ୍ରତ ସାମନ୍ତରାୟ ଉପସ୍ଥିତ ରହିଥିଲେ । ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା