

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ମଧ୍ୟଖଣ୍ଡ ସାହି କଂଗ୍ରେସ କାର୍ଯ୍ୟାଳୟରେ ଗଞ୍ଜାମ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କଂଗ୍ରେସ ନଗର ସଭାପତି ନବକୃଷ୍ଣ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତ୍ରିଲୋଚନ ରେଡି, ଭାଗିରଥି ବେହେରା, ବିପ୍ର ଚରଣ ପ୍ରଧାନ, ନାରୀନେତ୍ରୀ ସୁଜ୍ଞାନୀ କୁମାରୀ ପଟ୍ଟନାୟକ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ କିପରି ଦଳୀୟ ସଂଗଠନ ସୁଦୃଢ଼ ହୋଇପାରିବ ସେନେଇ ଆଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ନଗର କଂଗ୍ରେସ ସମ୍ପାଦକ ଟୁନା ଶତପଥି, ଉପସଭାପତି ହର ପ୍ରସାଦ ଜେନା, ତାରିଣୀ ରେଡି, ଦୟାନିଧି ତରାସିଆ, ବିଜୟ ଦାଶ, ଦୁର୍ଯ୍ୟୋଧନ ବେହେରା, ପ୍ରମୋଦ କୁମାର ବେହେରା ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
