ଗଞ୍ଜାମ ପୋଲିସ ଏସପିଙ୍କ ଜନ୍ମଦିନରେ ସମୃଦ୍ଧ ଓଡ଼ିଶାର ଅଭିନନ୍ଦନ…

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ପୋଲିସ ଜିଲ୍ଲା ସୁପରିଟେଣ୍ଡେଣ୍ଟ ବ୍ରିଜେଶ କୁମାର ରାୟଙ୍କର ଆଜି ଜନ୍ମଦିନରେ ସମୃଦ୍ଧ ଓଡିଶା ପକ୍ଷରୁ ଆମ ପ୍ରତିନିଧି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଦକ୍ଷତାକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ପ୍ରାର୍ଥନା କରିଛନ୍ତି । କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ, ଜିଲ୍ଲାର ସମସ୍ତ ଅଧିକାରୀ, ଆସି ଆଜି ଫୁଲଗୁଚ୍ଛ ଦେଇ ଏସପିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡା ପ୍ରଥମେ ତାଙ୍କ ବାସଭବନକୁ ଯାଇ ଜନ୍ମ ଦିନର ଅଭିନନ୍ଦନ ଜଣାଇଥିଲେ । ସେ ଗଂଜାମ ଜିଲ୍ଲାରେ ଯୋଗଦେବା ପରଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବେଶ ଆୟତାଧିନ ରହିଛି । ସେ ଜଣେ ଦକ୍ଷ ପୋଲିସ ଅଧିକାରୀ ହିସାବରେ ବୁଦ୍ଧିଜୀବୀ ମହଲରେ ବିଶ୍ୱାସ ଭାଜନ ହୋଇଛନ୍ତି । ଆଜିର ଜନ୍ମଦିନରେ ପୋଲିସ ଅଧିକାରୀ ହିସାବରେ ଲୋକଙ୍କର ଆହୁରି ବିଶ୍ୱାସ ଭାଜନ ହୋଇ ନିଷ୍ଠାପର ଭାବରେ କର୍ତ୍ତବ୍ୟ କରିବାକୁ ଗଂଜାମ ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ ଆଦି ସମସ୍ତେ ତାଙ୍କର ଦୀର୍ଘାୟୁ ସହ ଆଶୀର୍ବାଦ କରିଛନ୍ତି ।