ଛତ୍ରପୁର (ସମୃଦ୍ଧ ଓଡିଶା) ଫନି ବାତ୍ୟାରରେ ପ୍ରଭାବିତ ପୁରୀ ଜିଲ୍ଲାର ଜନସାଧାରଣଙ୍କ ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ୩ ଟ୍ରକ ରିଲିଫ ସାମଗ୍ରୀ ପଠାଯାଇଛି । ଏଥିସହ ଓଡିଶା ପୋଲିସ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ କରୁଣା ଫ୍ରି କିଚେନକୁ ଗଞ୍ଜାମ ପୋଲିସ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଛି । ବୁଧବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଛତ୍ରପୁର ସ୍ଥିତ ରିଜର୍ଭ ଇସନପେକ୍ଟରଙ୍କ କାର୍ଯ୍ୟାଳୟରୁ ରିଲିଫ ସାମଗ୍ରୀ ବୋଝେଇ ୩ଟି ଟ୍ରକକୁ ପୁରୀ ଜିଲ୍ଲାକୁ ପଠାଇଥିଲେ । ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଦିଆଇବି ଡ଼ିଏସପି ପ୍ରଦୀପ କୁମାର ଦଳାଇ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଗଞ୍ଜାମ ପୋଲିସ ହାବିଲଦାର ଓ କନେଷ୍ଟବଲ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ସେଠି, କୋଷାଧ୍ୟକ୍ଷ ବଳରାମ ଜେନା, ଏ ରାବଣା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା