ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ : ମୁଖ୍ୟ ପ୍ରବେଶ ପଥ ସିଲ୍‌…

ଗଞ୍ଜାମ (ସମୃଦ୍ଧ ଓଡିଶା) ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି l ମହାମାରୀ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଛି l ବିଶେଷ କରି ଗଞ୍ଜାମ ଜିଲାରେ ଦିନକୁ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି l ତେଣୁ ଏହାକୁ ନେଇ ଜିଲା ପ୍ରଶାସନ ଏବେ ଚିନ୍ତାରେ । ତେବେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ ଗଞ୍ଜାମ ସହର ମୁଖ୍ୟ ପବେଶ ପଥକୁ ଶୁକ୍ରବାର ସିଲ୍‌ କରାଯାଇଛି । ଏଥିସହ ଉକ୍ତ ସ୍ଥାନରେ ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି । ଯାହା ଫଳରେ ବାହାର ଲୋକ ଗଞ୍ଜାମରେ ପ୍ରବେଶ କରିପାରିବେ ନାହିଁ l ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କମ୍‌ ହେବ ବୋଲି ପ୍ରଶାସନ ଆଶା ରଖିଛି l ଏ ନେଇ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ବିଡିଓ ପ୍ରଦୀପ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ସନାତନ ମହଲୀକ ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସ, ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ,ଥାନା ସେକେଣ୍ଡ ଅଫିସର ଶ୍ରୀଚନ୍ଦନ ବେହେରା, ଏଏସଆଇ ସୁକାନ୍ତ ପ୍ରଧାନ, ମହିଳା ଏଏସଆଇ ଉର୍ମିଳା ସେଠୀ ପ୍ରମୁଖ ଆଲୋଚନା କରି ଏହି ପଦକ୍ଷେପ ନେଇଥିଲେ l ବର୍ତମାନ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣ ଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି  l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା